ଇମ୍ରାନ ଆଉ କେବେ ହୋଇ ପାରିବେନି ପ୍ରଧାନମନ୍ତ୍ରୀ

ଇସଲାମାବାଦ୍: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇମ୍ରାନଙ୍କ ପାଇଁ ପୁଣି ଇତିହାସ ଓଲଟି ଯାଇଛି। ଯେଉଁ ଆଇନ ଦ୍ବାରା ପରଭେଜ୍ ମୁସାରଫଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ସେହି ଆଇନ ଦ୍ୱାରା ଇମ୍ରାନଙ୍କ ପାର୍ଟିକୁ ନିଷିଦ୍ଧ କରାଯିବ। ଏନେଇ ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହବାଜ ସରିଫଙ୍କ ସରକାର ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଇମ୍ରାନ ଖାନ ପାକିସ୍ତାନରେ ଜେଲରେ ଅଛନ୍ତି। ପାକିସ୍ତାନର ସୂଚନା ମନ୍ତ୍ରୀ ଉତାଉଲ୍ଲା ତରାର ଏହି ସୂଚନା ସେୟାର କରିଛନ୍ତି।

ପାକିସ୍ତାନରେ ଅନୁଷ୍ଠିତ ଶେଷ ନିର୍ବାଚନରେ ​​ଇମ୍ରାନ ଖାନଙ୍କ ଦଳକୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦିଆଯାଇ ନ ଥିଲା। ଏହା ପରେ ଇମ୍ରାନଙ୍କ ସମର୍ଥକମାନେ ନିର୍ବାଚନରେ ​​ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସର୍ବାଧିକ ସଂଖ୍ୟକ ଆସନ ଜିତିବା ପରେ ମଧ୍ୟ ଇମ୍ରାନ ଖାନ ପାକିସ୍ତାନରେ ସରକାର ଗଠନ କରିପାରି ନ ଥିଲେ। ଏହି ସମୟ ମଧ୍ୟରେ ଇମ୍ରାନ ଦଳର ସଦସ୍ୟମାନେ ପାକିସ୍ତାନ ଇତିହାସରେ ହୋଇଥିବା ନିର୍ବାଚନରେ ​​ସବୁଠୁ ବଡ ଠକେଇ ଅଭିଯୋଗ କରିଥିଲେ।

ପିଟିଆଇରେ ଜାତୀୟ ବିରୋଧୀ କାର୍ଯ୍ୟକଳାପ ରହିଛି ବୋଲି ପାକିସ୍ତାନର ସୂଚନା ମନ୍ତ୍ରୀ ଉତାଉଲ୍ଲା ତରାର ସୋମବାର କହିଛନ୍ତି। ସେ କହିଛନ୍ତି ଇମ୍ରାନଙ୍କ ଦଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ପାକିସ୍ତାନ ସରକାର ଯୋଜନା କରିଛନ୍ତି। ନିକଟରେ ପାକିସ୍ତାନ ସୁପ୍ରିମକୋର୍ଟ ସଂରକ୍ଷିତ ଆସନ ପ୍ରସଙ୍ଗରେ ପିଟିଆଇ ଏବଂ ଇଦ୍ଦତ ପ୍ରସଙ୍ଗରେ ଇମ୍ରାନଙ୍କୁ ଆଶ୍ବସ୍ତି ପ୍ରଦାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ସୂଚନା ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ସରକାର ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦୃଢ଼ ପ୍ରମାଣ ରହିଛି ବୋଲି ସୂଚନାମନ୍ତ୍ରୀ କହିଛନ୍ତି। ସରକାର ଏହି ମାମଲା ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇବେ। ସୂଚନା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନ ଖାନ ଏବଂ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ବିରୋଧରେ ଧାରା ୬ ଅନୁଯାୟୀ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ମନ୍ତ୍ରୀ କହିଛନ୍ତି ପାକିସ୍ତାନ ଏବଂ ପିଟିଆଇ ଏକାଠି ରହିପାରିବେ ନାହିଁ। ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ ତରାର କହିଛନ୍ତି ଯେ ଏହି କାର୍ଯ୍ୟ ସପକ୍ଷରେ ଆମ ପାଖରେ ଦୃଢ଼ ପ୍ରମାଣ ମଧ୍ୟ ଅଛି। ପାକିସ୍ତାନରେ ମଧ୍ୟ ଧାରା ୬ ଅନୁଯାୟୀ ପରଭେଜ ମୁଶରଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପିଟିଆଇକୁ ଆତଙ୍କବାଦୀଙ୍କ ସହ କୋର୍ଟ ତୁଳନା କରିଛନ୍ତି ବୋଲି ପାକିସ୍ତାନୀ ସୂଚନା ମନ୍ତ୍ରୀ କହିଛନ୍ତି। ପିଟିଆଇ ବିରୋଧରେ ବିଦେଶୀ ଫଣ୍ଡି ମାମଲା ରହିଛି। ଏହା ସହିତ ମେ’‌୯ରେ ଦଙ୍ଗା, ସାଇଫର ମାମଲା ଏବଂ ଆମେରିକାରେ ପାରିତ ହୋଇଥିବା ସଂକଳ୍ପ ରହିଛି।

ସୂଚନାଯୋଗ୍ୟ, ନିକଟରେ ଇମ୍ରାନ ଖାନଙ୍କ ସମ୍ପର୍କରେ ପାକିସ୍ତାନୀ କୋର୍ଟ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ମେ’ ୯ରେ ହୋଇଥିବା ଦଙ୍ଗାର ଶୁଣାଣି ବେଳେ କୋର୍ଟ କହିଥିଲେ ଇମ୍ରାନ ଖାନଙ୍କ କାର୍ଯ୍ୟ ଆତଙ୍କବାଦୀଙ୍କ ଭଳି।

Spread the love