ମୈସୁମୀ ସମୟରେ ପ୍ରତିଦିନ ସେବନ କରନ୍ତୁ ତୁଳସୀ ପତ୍ର

ମୈସୁମୀ ଆସିବା ମାତ୍ରେ ବର୍ଷାଋତୁ ଆରମ୍ଭ ହୋଇଯାଏ । ଏହି ସମୟରେ ସମସ୍ତ ଲୋକ ଥଣ୍ଡା, କାଶ ଏବଂ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଅଧିକ ବଢିଯାଏ । ଏହି ସମୟରେ ଔଷଧ ଖାଇବା ପରେ ମଧ୍ୟ ରୋଗ ଭଲ ହୋଇନଥାଏ । ତେଣୁ ପ୍ରାକୃତିକ ଉପାୟରେ ଥଣ୍ଡା, କାଶ ରୋକିବା ପାଇଁ ମୁଖ୍ୟ ଉପାଦନ ହେଉଛି ତୁଳସୀ ପତ୍ର । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ତାହେଲେ ଆସନ୍ତୁ ବର୍ଷା ଋତୁରେ ତୁଳସୀ ପତ୍ର ଖାଇବା ଦ୍ୱାରା କି କି ଉପକାରିତା ହୋଇଥାଏ, ସେହି ବିଷୟରେ ଜାଣିବା ।

ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ : ବର୍ଷା ଋତୁରେ ଥଣ୍ଡା ଓ କାଶ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । କିନ୍ତୁ ଏହା ବହୁତ ଦିନ ପର୍ଯ୍ୟନ୍ତ ହେବା ଦ୍ୱାରା ଆହୁରି ଆନକ ପ୍ରକାରର ସମସ୍ୟା ହୋଇପାରେ । ଏଥିପାଇଁ ଆପଣ ପ୍ରତିଦିନ ୮ ରୁ ୧୦ଟି ତୁଳସୀ ପତ୍ର ଖାଇବା ଉଚିତ । ଏପରି କରିବା ଦ୍ୱାରା ଥଣ୍ଡା ଓ କାଶ ସମସ୍ୟା ଦୂର କରାଯାଇପାରିବ ।

କ୍ଷତ ପୂରଣ ହୋଇଥାଏ : ବର୍ଷା ଋତୁରେ ଯଦି ଶରୀରରେ କୌଣସି ଆଘାତ ଲାକିଥାଏ । ତେବେ ତୁଳସୀ ପତ୍ର ଏହାକୁ ରୋକିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ନିୟମିତ ତୁଳସୀ ପତ୍ର ଖାଇାବ ଦ୍ୱାରା କ୍ଷତ ଭଲ ହେବାର ସମ୍ଭାବନା ଅଧିକ ରହିଥାଏ । କାହିଁକି ନା ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଆଘାତ ବଢିବାକୁ ଦେଇନଥାଏ ।

ଗଳା ଯନ୍ତ୍ରଣା କମ୍‌ ହୋଇଥାଏ : ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ହେବା କାରଣରୁ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଯେପରି ଅନେକ ପ୍ରକାରର ରୋଗର ସାମ୍ନା କରିବାକୁ ପଡିଥାଏ । ଏହି ଋତୁରେ ଗଳା ଯନ୍ତ୍ରଣା ମଧ୍ୟ ଏକ ସାଧାରଣ ସମସ୍ୟା ହୋଇଥାଏ । ସେଥିପାଇଁ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୋଇଥାଏ । ଏହି ସବୁ ବ୍ୟତୀତ ତୁଳସୀ ପତ୍ରର ଆହୁରି ଅନେକ ଲାଭ ମିଳିଥାଏ । ତାହେଲେ ଆସନ୍ତୁ ସେହି ସବୁ ଉପକାରିତା ବିଷୟରେ ଜାଣିବା ।

ରୋଗ ପ୍ରତିରୋଧକ ଶକ୍ତି ମଜ୍‌ବୁତ ହୋଇଥାଏ : ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ତୁଳସୀ ପତ୍ର ବହୁତ ସାହାର୍ଯ୍ୟ କରିଥାଏ । ଯାହାଫଳରେ ଆପଣ ଅନେକ ପ୍ରକାରର ରୋଗରୁ ମୁକ୍ତି ପାଇଥାନ୍ତି । ଏଥିପାଇଁ ଡାକ୍ତର ମଧ୍ୟ ତୁଳସୀ ପତ୍ର ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେଣୁ ବର୍ଷା ଋତୁରେ ଇମ୍ୟୁନିଟିକୁ ବଢାଇବା ପାଇଁ ନିୟମିତ ଭାବେ ତୁଳସୀ ପତ୍ର ସେବନ କରିବା ଉଚିତ । ଆପଣ ତୁଳସୀ ପତ୍ର କାଢା ମଧ୍ୟ ପିଇପାରିବେ ।

ତୁଳସୀ ପତ୍ର କାଢା ତିଆରି କରିବାର ଉପାୟ :
ତୁଳସୀ କାଢା ତିଆରି କରିବା ପାଇଁ ଆପଣ ୧୦ ରୁ ୧୫ ଟି ତୁଳସୀ ପତ୍ର ନିଅନ୍ତୁ । ଏଥିସହିତ ଅଦା ୧ ଇଞ୍ଚ । ଏହା ସହ କଞ୍ଚା ହଳଦୀ ୧ ଇଞ୍ଚ । ୪ଟି ମୁଠୁଳି । ୧୦ଟି କଳା ଲଙ୍କା । ୧୦ଟି ଲବଙ୍ଗ । ୩ ରୁ ୪ ବାଦାମ । ଏହି ସବୁ ଜିନିଷ ସହିତ ୮ କପ୍‌ ପାଣି ନିଅନ୍ତୁ । ଏହି ସବୁ ଜିନିଷରେ ଆପଣ ବହୁତ ସହଜରେ କାଢା ତିଆରି କରିପାରିବେ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲଭଦାୟକ ହୋଇଥାଏ ।

Spread the love