ଲିଙ୍ଗିପୁର ପଞ୍ଚାୟତ ର ଡ୍ରେନେଜ ସମସ୍ୟା ବୁଲି ଦେଖିଲେ ବିଧାୟକ

ଭୁବନେଶ୍ୱର,ତା.୧୮/୦୭: ଏକାମ୍ର ନିର୍ବାଚନ ମଣ୍ଡଳୀ ହେଉଛି ଚବିଶଟି ୱାର୍ଡ଼ ଓ ଛଅ ପଞ୍ଚାୟତ କୁ ନେଇ ଗଠିତ। ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି ରାଜଧାନୀ ଭୁବନେଶ୍ୱର ରେ ହେଲେ ମଧ୍ୟ ଦୀର୍ଘ ଦିନର ବିଜେଡ଼ି ସରକାର ଶାସନ ରେ ସର୍ବଦା ଅବହେଳିତ ଅବସ୍ଥାରେ ରହିଥିଲା। ସମୟ ବଦଳିଛି ସରକାର ବଦଳିଛି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ର ବିଧାୟକ ଭାବେ ବାବୁ ସିଂ ଙ୍କୁ ଜନସାଧାଣ ଆଶ୍ରୀବାଦ ଦେଇଛନ୍ତି। ଜିତିବା ଦିନଠାରୁ ଆଜି ପଯ୍ୟନ୍ତ ସେ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ଼ ଓ ପଞ୍ଚାୟତ ବୁଲି ଲୋକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରି ଯୁଦ୍ଧ କାଳୀନ ଭିକ୍ତୀ ରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଜି ବିଧାୟକ ଲିଙ୍ଗିପୁର ପଞ୍ଚାୟତ ପରିଦର୍ଶନ କରି ଥିଲେ। ସ୍ଥାନୀୟ ଜନସାଧାରଣ ଙ୍କ ସହ ବସି ବିଭିନ୍ନ ଉପଦେଶ ନେଇଥିଲେ ସମସ୍ୟା ର ସମାଧାନ କରିବା ପାଇଁ। ସେ ପରିଦର୍ଶନ କରି ଉଦବେଗ ପ୍ରକାଶ କରିକହିଥିଲେ,ଲିଙ୍ଗିପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନା ଅଛି ଭଲ ରାସ୍ତା ନା ଅଛି ଡ୍ରେନେଜ୍ ବ୍ୟବସ୍ଥା। ଲୋକେ ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ। ଦ୍ଵୀପ ତଳ ଅନ୍ଧାର ଭଳି ଦୀର୍ଘ ଦିନର ବିଜେଡ଼ି ସରକାର ଦ୍ବାରା ସର୍ବଦା ଅବହେଳିତ ଅବସ୍ଥାରେ ରହିଛି ଏହି ଅଞ୍ଚଳ। ଆଜି ଗ୍ରାମ ବୁଲି ବିଭିନ୍ନ ସମସ୍ୟା ନିଜେ ଦେଖିଲି ଓ ସ୍ଥାନୀୟ ଜନସାଧାରଣ ଙ୍କ ସହ ଆଲୋଚନା କରିଲି ସମସ୍ୟା ଗୁଡ଼ିକର ସମାଧାନ କିପରି କଲେ ସଠିକ୍ ହେବ। ଲୋକଙ୍କ ଉପଦେଶ କ୍ରମେ ସମସ୍ତ ସମସ୍ୟା ଖୁବ୍ ଜଲ୍ଦୀ ସମାଧାନ କରିବୁ।

ଏହି ଅବସରରେ ବିଭାଗୀୟ ଅଧିକାରୀ,ଭୁବନେଶ୍ୱର ବ୍ଲକ୍ ଅଧକ୍ଷ ନିରୁପମା ସାହୁ, ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତ, ସମିତି ସଭ୍ୟ ପ୍ରକାଶ ସାହୁ, ୱାର୍ଡ଼ ମେମ୍ୱର ଚିରଞ୍ଜିବ ଗୋଚ୍ଛାୟତ, ନିତୁ ରାଉତ,ବରିଷ୍ଟ ବିଜେପି ନେତା ଆଲୋକ ରଞ୍ଜନ ସାହୁ,କ୍ରିଷ୍ଣା ନାୟକ,ସନ୍ତୋଷ ସ୍ବାଇଁ,ଅଜୟ ସାମନ୍ତରାୟ,କ୍ଷେତ୍ରମୋହନ ରାଉତ, ଶିବରାମ ମିଶ୍ର, ବିଜନ ସାମନ୍ତରାୟ ପ୍ରମୁଖ ଙ୍କ ସହ ସ୍ଥାନୀୟ ଗ୍ରାମ ବାସୀ ଉପସ୍ଥିତ ଥିଲେ।

Spread the love