ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରୁ ଜିଏସ୍‌ଟି ହଟାନ୍ତୁ: ନୀତିନ ଗଡକରୀ

ନୂଆଦିଲ୍ଲୀ:ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରୁ ୧୮ ପ୍ରତିଶତ ଜିଏସ୍‌ଟି ଲଗାଇବାକୁ ନେଇ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଚଳିତ ବଜେଟରେ ମୋଦୀ ସରକାର ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରୁ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିଛନ୍ତି। ଯାହାକୁ ନେଇ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ଚିଠି ଲେଖି ଏହା ଉପରୁ ଜିଏସଟି ହଟାଇବାକୁ ଦାବି କରିଛନ୍ତି ନୀତିନ ଗଡକରୀ।
ନୀତିନ ତାଙ୍କ ଚିଠିରେ ଲେଖିଛନ୍ତି କି ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ଲାଗୁ ହେବା ଜୀବନର ଅନିଶ୍ଚିତତା ଉପରେ ଟିକସ ବସେଇବା ସହ ସମାନ। ମଧ୍ୟବିତ୍ତ ଲୋକଟି ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ସ୍ୱାସ୍ଥ୍ୟ ବୀମା ପ୍ଲାନ୍‌ କରିଥାନ୍ତି। ମାତ୍ର ଏହା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ବସାଇବା ଫଳରେ ସେମାନେ ଆଉ ଏଥି ପ୍ରତି ଆଗ୍ରହ ପ୍ରକାଶ କରିବେ ନାହିଁ। ତେଣୁ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ବସାଇବା ଅର୍ଥ ଜୀବନର ଅନିଶ୍ଚିତତା ଉପରେ ଟ୍ୟାକ୍ସ ବସାଇବା ସହ ସମାନ।

Spread the love