ଆଜି ସମ୍ୱଲପୁରୀ ଦିବସ

ଆଜି ସମ୍ୱଲପୁରୀ ଦିବସ । ସମ୍ୱଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅଗଷ୍ଟ ପହିଲାକୁ ରାଜ୍ୟ ତଥା ଦେଶ ବିଦେଶରେ ସମ୍ୱଲପୁରୀ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଛାଇଁଯିବ ସମ୍ୱଲପୁରୀ ସଂସ୍କୃତିର ଝଲକ । ସମ୍ୱଲପୁରୀ ଦିନ ମଞ୍ଚରୁ ଆରମ୍ଭ କରି ସୋସିଆଲ ମିଡିଆ ଯାଏଁ ପାରମ୍ପରିକ ପୋଷାକରେ ଝଲସିବ । ସମ୍ୱଲପୁରୀ ଦିନ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଆୟୋଜିତ ହେବ । ସେଠାରେ ସମ୍ବଲପୁରୀ ପୋଷାକ ପାଇଁ ଷ୍ଟଲ ଲାଗିବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକିବ । ସମ୍ୱଲପୁରୀ ନୃତ୍ୟ, ଗୀତ ସହ ପାରମ୍ପରିକ ପଶ୍ଚିମ ଓଡ଼ିଶାର ଖାଦ୍ୟର ମଜା ନେଇପାରିବେ କାର୍ଯ୍ୟକ୍ରମରେ ସାମିଲ ଲୋକ ।

Spread the love