ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର

ଓବିସି କମିଶନ ଗଠନ କରିଛନ୍ତି ରାଜ୍ୟ ସରକାର । ଜଷ୍ଟିସ ରଘୁନାଥ ବିଶ୍ୱାଳ ହେଲେ ପ୍ରଥମ ଅଧ୍ୟକ୍ଷ । ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ପ୍ରଫେସର ନବନୀତା ରଥ, ପ୍ରଫେସର ମିତାଲି ଚିନାର, ଡକ୍ଟର ପ୍ରସନ୍ନ କୁମାର ପାତ୍ର ଏହାର ସଦସ୍ୟ ଥିବାବେଳେ ବିରବିକ୍ରମ ଯାଦବ କମିଶନଙ୍କ ସଦସ୍ୟ ସଚିବ ଭାବେ ନିଯୁକ୍ତ ପାଇ ଥିବା ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉ କି ଓବିସି କମିଶନ ଗଠନ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ବିଧାନସଭା ଅଧିବେଶନ ପୂର୍ବରୁ ସରକାର ଓବିସି କମିଶନ ଗଠନ କରି ଜବାବ ଦେଇଛନ୍ତି ।

Spread the love