ବିଳମ୍ବରେ ଗଠନ ହୋଇଛି ଓବିସି କମିଶନ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ସରକାର ଓବିସି କମିଶନ ଗଠନ କରିବାରେ ବଳମ୍ବ କରିଥିବା ଟ୍ବିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ସମାଜର ଦୀର୍ଘ ଦିନର ଦାବି କାରଣରୁ ଏହା ସମ୍ଭବ ହୋଇପାରିଛି । ରାଜ୍ୟ ସରକାର ଏହି ବହୁସଂଖ୍ୟକ ସମାଜକୁ ସେମାନଙ୍କ ହକ୍‌ ଅଧିକାର ଦେବା ପାଇଁ ତ୍ବରିତ ପଦକ୍ଷେପ ନେବା ଜରୁରୀ ବୋଲି ସେ ଟ୍ବିଟ୍‌ କରି କହିଛନ୍ତି । ରାଜ୍ୟ ସରକାର ଫେବୃଆରୀ 12 ତାରିଖ ବୁଧବାର ଓବିସି କମିଶନ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ରଘୁନାଥ ବିଶ୍ବାଳଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଫେସର ନଭନୀତା ରଥ, ଡକ୍ଟର ମିତାଲି ଚିନାରା, ପ୍ରସନ୍ନ କୁମାର ପାତ୍ରଙ୍କୁ ସଦସ୍ୟ ଭାବରେ ନିଯୁକ୍ତି ଦିଆଯାଇଛି। ଆଇଏଏସ ବୀର ବିକ୍ରମ ଯାଦବ ସଦସ୍ୟ ସଚିବ ଭାବେ କାର୍ଯ୍ୟ ତୁଲାଇବେ। ଓଡିଶା ଷ୍ଟେଟ କମିଶନ ଫର ବ୍ୟାକ୍‌ୱାର୍ଡ କ୍ଲାସେସ ଆକ୍ଟ 1993 ଅନୁସାରେ ଏହି କମିଶନ ଗଠନ କରାଯାଇଛି।

Spread the love