କୋର୍ଟ ପରିସରରେ ଫୁଟିଲା ବୋମା

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶର ଲକ୍ଷ୍ନୌର କୋର୍ଟ ପରିସରରେ ଗୁରୁବାର ବୋମା ବିସ୍ଫୋରଣ ଘଟିଛି । ଦୁଇ ଆଇଜଜୀବୀ ଗୋଷ୍ଠୀ ମଧ୍ୟରେ ଲାଗି  ଗଣ୍ଡଗୋଳ ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ବୋମା ବିସ୍ଫୋରଣ ଯୋଗୁ କେତେକ ଆଇନଜୀବୀ ଆହତ ହୋଇଛନ୍ତି। କୋର୍ଟରେ ଆଇନଜୀବୀ ସଂଘର ନିର୍ବାଚନକୁ ନେଇ ଏଭଳି ହୋଇଥିବା ପୋଲିସ କହିଛି। ବୋମା ବିସ୍ଫୋରଣ ହେବା ପରେ କୋର୍ଟ ପରିସରରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଯାଇଥିଲା। ଆକ୍ରମଣକାରୀ ଆଇନଜୀବୀ ସଞ୍ଜିବ ଲୋଧିଙ୍କୁ ଟାର୍ଗେଟ୍‌ କରି ବୋମା ବିସ୍ଫୋରଣ କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣି ପାରିଛି। ପୋଲିସ ଏକ ଅଫୁଟା ବୋମା ମଧ୍ୟ ଜବତ କରିଥିବା କୁହାଯାଉଛି।

Spread the love