ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ- ଅପାରଧୀଙ୍କୁ ପ୍ରର୍ଥୀ କରିବାର କାରଣ କହିବେ

ରାଜନୈତିକ ଦଳମାନଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ। ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ କାହିଁକି ଟିକେଟ ଦିଆଯାଇଛି ସେ ସମ୍ପର୍କରେ ଓ୍ବେବସାଇଟ ମାଧ୍ୟମରେ ଜଣାଇବାକୁ ରାଜନୈତିକ ଦଳଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ପ୍ରାୟ ୪ଟି ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାକୁ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଆଞ୍ଚଳିକ ଏବଂ ଜାତୀୟ ଖବରକାଗଜରେ ପ୍ରକାଶ କରାଯିବା ଉଚିତ। ଏହାସହ ସମ୍ପୃକ୍ତ ରାଜନୈତିକ ଦଳର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଉକ୍ତ ତଥ୍ୟ ପୋଷ୍ଟ ହେବା ଉଚିତ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜନୈତିକ ଦଳ ୪୮ ଘଣ୍ଟା ମଧ୍ୟରେ ନିଜ ଓ୍ବେସାଇଟ୍‌ ଓ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ତଥ୍ୟ ଅପଲୋଡ କରିବା ଜରୁରୀ। ଏହାସହ ଦଳ ପକ୍ଷରୁ ଏହି ସୂଚନା ନିର୍ବାଚନ କମିଶନଙ୍କୁ ୭୨ ଘଣ୍ଟା ମଧ୍ୟରେ ଦେବା ଜରୁରୀ। ଏଥିରେ ବିଳମ୍ବ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି। ଗୁରୁବାର ଏକ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Spread the love