ଗାଈକୁ ଖାଇବାକୁ ଦେଲେ କଣ ସୁଫଳ ମିଳେ, ପଢନ୍ତୁ…

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଗାଈକୁ ହଳଦୀ ଏବଂ ରୋଟି ଖୁଆଇଲେ ମଣିଷ ଭିତରେ ଏହିସବୁ ଫାଇଦା ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଗାଈ ଭିତରେ ତେତିଶ କୋଟି ଦେବଦେବୀଙ୍କ ବାସ ହୋଇଥାଏ । ପୁଣି ଆମ ପୁରାଣ ଶାସ୍ତ୍ରରେ ପଶୁ ପକ୍ଷୀଙ୍କୁ ଅନ୍ନ ଖୁଆଇବାର ପରମ୍ପରା ଏବଂ ଧର୍ମ ରହି ଆସିଛି । ତେଣୁ କହିବାକୁ ଗଲେ ଗାଈର ସେବା କଲେ ତେତିଶ କୋଟି ଦେବଦେବୀଙ୍କ ସେବା ହୋଇଥାଏ ।

ଯାହା ଜଣେ ମନୁଷ୍ୟର ଭାଗ୍ୟ ମଧ୍ୟ ବଦଳାଇ ପାରେ । ଗାଈକୁ ଗୁଡ଼ ଖୁଆଇଲେ ମଧ୍ୟ ତାହା ଅତ୍ୟନ୍ତ ଭଲ ହୋଇଥାଏ । କିନ୍ତୁ ଗୁଡ଼ ଖୁଆଇବା ସମୟରେ ଗାଈ ତଳେ ବସିଥିବା ଉଚିତ । ଖାସ କରି ସୋମବାର ଦିନ ମହାଦେବଙ୍କ ପୂଜା କରିବା ପରେ ଗାଈକୁ ଗୁଡ଼ ଖୁଆଇ ଦିଅନ୍ତୁ । ଏହାଦ୍ବାରା ସୋମବାର ବ୍ରତ ସଫଳ ହୋଇଥାଏ ।

ଯଦି ଆପଣ ଗାଈକୁ ରୋଟି ଖୁଆଉଛନ୍ତି ତେବେ ରୋଟି ସହିତ ହଳଦୀ ମଧ୍ୟ ମିଶାଇ ଖୁଆଇ ଦିଅନ୍ତୁ । ଶୁକ୍ରବାର ଦିନ ଗାଈକୁ ଖିରି ଖୁଆଇଲେ ଶୁକ୍ର ଗ୍ରହ ମଜବୁତ ହୋଇଥାନ୍ତି । କଳା ତିଳ ଏବଂ ମୁଗ ପେଶୀ ଅଟା ସହିତ ମିଶାଇ ରୋଟି ବନାଇ ଗାଈକୁ ଦେଲେ ଶନି ଦୋଷ ଶାନ୍ତ ହୋଇଥାଏ । ଯଦି ଆପଣ କୌଣସି ବଡ଼ ବିଲ୍ଡିଂ ରେ ରହୁଛନ୍ତି ଏବଂ ପ୍ରତ୍ୟେକ ଦିନ ଗାଈକୁ ରୋଟି ଖୁଆଇବା ସମ୍ଭବ ହେଉନାହିଁ ତେବେ ଗେଟ କିପରଙ୍କୁ ରୋଟି ଦେଇ ଦିଅନ୍ତୁ ସେ ପ୍ରତ୍ୟେକ ଦିନ ଗାଈକୁ ଖୁଆଇ ଦେବେ ।

ଏହାଦ୍ବାରା ଗାଈ ସେହି ସ୍ଥାନକୁ ସବୁଦିନ ଆସିଥାଏ । କିନ୍ତୁ ଆପଣଙ୍କ ହାତରୁ ଗାଈ ରୋଟି ଖାଇଲେ ତାହା ଅଧିକ ଉତ୍ତମ ହେବ । କେବେବି ବାଧ୍ୟ ହୋଇ ଗୋମାତାଙ୍କ ସେବା କରନ୍ତୁ ନାହିଁ ବରଂ ହୃଦୟରୁ କରନ୍ତୁ ।ଏକ କଥା ଅନୁଯାୟୀ ଜଣେ ମହିଳା ଥରେ ଗୋମାତାଙ୍କୁ କଦଳୀ ଖୁଆଇବାକୁ ଆସିଲା । କିନ୍ତୁ ଗୋମାତା ନଖାଇବାରୁ ସେ ବିରକ୍ତ ହୋଇ ଚାଲିଗଲା । ଏହି ବିଷୟରେ ଯେତେବେଳେ ପାଖରେ ଥିବା ଶଣ୍ଢ ପଚାରିଲା , ସେତେବେଳେ ଗୋମାତା କହିଲେ ଯେ ସେହି ମହିଳା ମନରୁ କଦଳୀ ଖୁଆଉ ନଥିଲେ ବରଂ ସେଦିନ ଏକାଦଶୀ ଥିବାରୁ ବାଧ୍ୟ ହୋଇ କଦଳୀ ଖୁଆଇ ପୁଣ୍ୟ ଅର୍ଜନ କରିବାକୁ ଚାହୁଁଥିଲେ ।

ତେଣୁ ସବୁ ଘରେ ସବୁ ହିନ୍ଦୁ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗାଈକୁ ଖୁଆଇ ଦିଅନ୍ତୁ । ଏଭଳି ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଗାଈକୁ ରୋଟି ଖୁଆଇ ଥାଏ ସେହି ବ୍ୟକ୍ତିର ନିଜର ଜୀବନ ବ୍ୟତୀତ ଆଗାମୀ ପିଢ଼ିଙ୍କ ଜୀବନ ମଧ୍ୟ ଖୁବ ଭଲ ହୋଇଯାଏ । ଭୁଲରେବି ଗାଈକୁ କେବେବି ବାସୀ ରୋଟି ଖୁଆନ୍ତୁ ନାହିଁ ।

Spread the love