Skip to content
Friday, July 24, 2026
Latest:
  • ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ଗଙ୍ଗୁଆର ପୂର୍ଣ୍ଣ ଉଦ୍ଧାର ପାଇଁ ସମୀକ୍ଷା ବୈଠକ କଲେ ବିଧାୟକ ବାବୁ ସିଂ
  • ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ନ ରହିବା ଦୁର୍ଭାଗ୍ୟଜନକ : କଂଗ୍ରେସ
  • ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ୱରରେ ବିଜେପିର ଦୃଢ଼ ପ୍ରତିବାଦ
  • ଛେଳି ପାଳନର ବୈଜ୍ଞାନିକ ପଦ୍ଧତି ଉପରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ସୁଭଦ୍ରା ଯୋଜନା : ଆସନ୍ତା କାଲି ଦିନ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ଟଙ୍କା, ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ

October 8, 2024October 8, 2024 Satya state, the-deputy-chief-minister-said-that-subhadra-rupees-will-go-to-the-account-before-1200-on-the-9th

ଭୁବନେଶ୍ୱର : ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍ । କାଲି ସୁଭଦ୍ରା ଟଙ୍କା ଆସିବା ନେଇ ଘୋଷଣା କରାଯାଇଥିବା ବେଳେ କେତେବେଳେ ଆସିବ ଆଜି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଆକାଉଣ୍ଚକୁ ଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । କାହାରି ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ଏଥିପାଇଁ ବ୍ୟସ୍ତ ନହୋଇ ଅପେକ୍ଷା କରନ୍ତୁ ।

ଆସନ୍ତାକାଲି ସବୁ ହିତାଧିକାରୀଙ୍କ ଆକାଉଣ୍ଚକୁ ଟଙ୍କା ଯିବା ନେଇ କହିଛନ୍ତି ପ୍ରଭାତି ପରିଡା । ୯ ତାରିଖ ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ଆଶ୍ୱସ୍ତ ରୁହୁବା ସହ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡା । ପ୍ରତ୍ୟେକ ଦିନ ୩୦ ହଜାର ମହିଳା ଏହି ଯୋଜନାରେ ଯୋଡ଼ି ହେଉଛନ୍ତି । ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Post Views: 888
Spread the love
  • ← ରାଜ୍ୟ ସକ୍ରିୟ ସଦସ୍ୟ ସମୀକ୍ଷା ସମିତି ଗଠନ
  • ୬,୦୧୫ ଭୋଟ ବ୍ୟବଧାନରେ ଯୋଗେଶ କୁମାରଙ୍କୁ ହରାଇଲେ ଭିନେଶ ଫୋଗଟ୍‌ →

ADVT

Recent Posts

  • ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ July 23, 2026
  • ଗଙ୍ଗୁଆର ପୂର୍ଣ୍ଣ ଉଦ୍ଧାର ପାଇଁ ସମୀକ୍ଷା ବୈଠକ କଲେ ବିଧାୟକ ବାବୁ ସିଂ July 23, 2026
  • ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ନ ରହିବା ଦୁର୍ଭାଗ୍ୟଜନକ : କଂଗ୍ରେସ July 23, 2026
  • ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ୱରରେ ବିଜେପିର ଦୃଢ଼ ପ୍ରତିବାଦ July 23, 2026
  • ଛେଳି ପାଳନର ବୈଜ୍ଞାନିକ ପଦ୍ଧତି ଉପରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ July 23, 2026

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031  
« Jun    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.