ପାକିସ୍ତାନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଜୋର୍ଦାର ସ୍ବାଗତ
ଇସ୍ଲାମ୍ବାଦ୍: ପାକିସ୍ତାନରେ ପହଞ୍ଚି ସାରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ତାଙ୍କୁ ସେଠାରେ ଜୋରଦାର ସ୍ୱାଗତ କରାଯାଇଛି। ସେଠାରେ ଏସସିଓ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଜୟଶଙ୍କର ଯାଇଛନ୍ତି। । ପ୍ରଧାନମନ୍ତ୍ରୀ ଶହୱାଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଛି। ୯ ବର୍ଷ ପରେ ଏହା ହେଉଛି ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ । ପାକିସ୍ତାନରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ସାମିଲ ହେବେ ଜୟଶଙ୍କର।
ଏହି ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏହା ହେଉଛି ଭାରତର ପ୍ରଥମ ଉଚ୍ଚସ୍ତରୀୟ ପାକିସ୍ତାନ ଗସ୍ତ । ଇସଲାମାବାଦରେ ପହଞ୍ଚିବା ପରେ ଜୟଶଙ୍କର ଏସସିଓ ସଦସ୍ୟ ଦେଶମାନଙ୍କୁ ସ୍ୱାଗତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ ।
ତେବେ ଏହି ଗସ୍ତ ଅବସରରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇଶାକ ଡାରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୈଠକକୁ ଉଭୟ ପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଏହାପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଇସଲାମାବାଦ ଗସ୍ତ କରିଥିଲେ।