୬ ଲକ୍ଷ ଲୋକ ସ୍ଥାନାନ୍ତର: ବିଳମ୍ବିତ ରାତିରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ,
ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଲୋଚନା କରିଛନ୍ତି।
ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ; ଉଗ୍ର ହେଉଛି ସାମୁଦ୍ରିକ ଜୁଆର, ପ୍ରବଳ ବର୍ଷା ଜାରି
ସ୍ଥଳଭାଗକୁ ସ୍ପର୍ଶ କଲା ‘ଦାନା’, ଅଧିକ ତଥ୍ୟ ଜାଣିବାକୁ ଏଠି କ୍ଲିକ୍ କରନ୍ତୁ
ପୂର୍ବାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏବଂ ବିଳମ୍ବିତ ରାତିରେ ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ସ୍ଥିତି
ଲୋକଙ୍କୁ ଆଶ୍ବାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଯେଉଁ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ ବାତ୍ୟା ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ ତାହା ଶତ ପ୍ରତିଶତ କାର୍ଯ୍ୟକାରୀ କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ମିଳିତ ପ୍ରୟାସରେ ଆମେ ସମସ୍ତେ ମିଶି ଏ ବାତ୍ୟାର ସଫଳ ମୁକାବିଲା କରିବା।
ଆପଣ ସମସ୍ତେ ନିଶ୍ଚିତ ରୁହନ୍ତୁ, ଭୟଭୀତ ନହୋଇ ସଚେତନ ରୁହନ୍ତୁ, ସରକାର ଆପଣଙ୍କ ସୁରକ୍ଷା ପାଇଁ ଅଛନ୍ତି।
ସେହି ଶୁକ୍ରବାର, ୧୯୯୯ରେ ମହାବାତ୍ୟା, ୨୦୧୯ରେ ‘ଫନି’, ଆଉ ଏବେ ‘ଦାନା’
ଆଜି ସକାଳେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶତ ପ୍ରତିଶତ ସ୍ଥାନାନ୍ତରଣ, ଜିରୋ କାଜୁଆଲ୍ଟି, ଡାକ୍ତରଖାନାଗୁଡ଼ିକରେ ନିରବଛିନ୍ନ ବିଦ୍ୟୁତ୍ ସେବା, ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର କିରୋସିନ, ପେଟ୍ରୋଲ, ଡିଜେଲ ମହଜୁଦ ରଖିବା, ଆଶ୍ରୟସ୍ଥଳୀ ଗୁଡ଼ିକୁ ରନ୍ଧା ଖାଦ୍ୟ ଯୋଗାଣ ସହିତ ଶୌଚାଳୟକୁ ସଫାସୁତୁରା ରଖିବା ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା କ୍ଷତିଗ୍ରସ୍ତ ବିଦ୍ୟୁତ୍ଖୁଣ୍ଟ ଓ ଟ୍ରାନ୍ସଫର୍ମରଗୁଡ଼ିକର ତୁରନ୍ତ ମରାମତି କରି ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ପୁନଃକ୍ଷମ କରିବା ପାଇଁ ଅତିରିକ୍ତ ଟିମ୍ ମହଜୁଦ ରଖିବା, ଯେଉଁଠି ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ସେଠାରେ ସେମାନଙ୍କ ଘର ଜଗିବାକୁ ପୁଲିସ ଫୋର୍ସ ମୁତୟନ କରିବାକୁ ଜିଲ୍ଲାପାଳମାନଙ୍କୁ ବୈଠକରେ କୁହାଯାଇଥିଲା। ୧୧ଟି ଜିଲ୍ଲାରେ ବାତ୍ୟା ମୁକାବିଲା ନେଇ ସ୍ଥିତି ପରଖିବାକୁ ବରିଷ୍ଠ ଆଇଏଏସ୍ଙ୍କୁ ପଠାଯାଇଥିବାବେଳେ ସେମାନେ ପଞ୍ଚାୟତ ଓ ଗାଁସ୍ତର ପର୍ଯ୍ୟନ୍ତ ଯାଇ ସ୍ଥାନାନ୍ତର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି।
ସ୍ଥଳଭାଗ ଅଭିମୁଖେ ‘ଦାନା’ ଅଗ୍ରସର, ଅଧିକ ତଥ୍ୟ ଜାଣିବାକୁ ଏଠି କ୍ଲିକ୍ କରନ୍ତୁ
୯ଜଣ ମନ୍ତ୍ରୀ ବି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଉପସ୍ଥିତ ରହି ଏହାକୁ ତଦାରଖ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏକାମ୍ର ନିର୍ବାଚନ ମଣ୍ଡଳୀର ବାତ୍ୟା ଆଶ୍ରୟସ୍ଥଳୀ ଓ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ
ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କୁ ନିୟମିତ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ, ଗାଁ ଜଗିବ ପୁଲିସ
ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ ରେଡ୍କ୍ରସ ଭବନ ଯାଇ ରିଲିଫ୍ ସାମଗ୍ରୀ ପ୍ୟାକିଂ ବ୍ୟବସ୍ଥାର ତଦାରଖ କରିଥିଲେ। ତାହା ପରେ ପୁଣି ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ବାତ୍ୟା ମୁକାବିଲାର ସମୀକ୍ଷା କରିଥିଲେ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ, ଅଧିକ କ୍ଷତିଗ୍ରସ୍ତ ହେବାକୁ ଥିବା ୧୧ଟି ଜିଲ୍ଲାରେ ମୋଟ ୫ ଲକ୍ଷ ୮୪ ହଜାର ୮୮୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀ ସଂଖ୍ୟା ବୃଦ୍ଧି କରାଯାଇଛି।
ଦାନା’ତାଣ୍ଡବରୁ ସୁରକ୍ଷା ପାଇଁ ଧାମରାଈ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ
ମୋଟ ୮୩୮୨ଟି ଆଶ୍ରୟ ସ୍ଥଳୀରୁ ୬୦୦୮ଟି କାର୍ଯ୍ୟ କରୁଛି। ସେସମସ୍ତ ଜାଗାରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ପିଇବା ପାଣି, ଔଷଧ ଇତ୍ୟାଦିର ସୁବନ୍ଦୋବସ୍ତ କରାଯାଇଛି। ସେହିପରି ଗର୍ଭବତୀ ମା’ ମାନଙ୍କ ସୁରକ୍ଷା ପାଇଁ ୪୪୩୧ ଜଣଙ୍କୁ ମା’ ଗୃହକୁ ଅଣାଯାଇଛି। ଆନନ୍ଦର ବିଷୟ ଯେ ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ନବଜାତଙ୍କୁ ଜନ୍ମ ଦେବା ସହିତ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି।
ସେମାନଙ୍କ ପାଇଁ ମେଡିକାଲ ସହାୟତା ଯୋଗାଇଦେବା ସହ ସୁରକ୍ଷା ପ୍ରତି ସରକାର ସଚେତନ ଅଛନ୍ତି। ଏହାସହିତ ମୋଟ ୧୯,୪୭୬ ଜଣ ପ୍ରାଣୀସମ୍ପଦଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ସହ ସେମାନଙ୍କ ଖାଦ୍ୟ ପାନୀୟ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି।
ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’ । ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ
ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିସନର ଡି କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ପୁଲିସ ଡିଜି ୱାଇ ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।
ବାତ୍ୟା ଦାନା ପାଇଁ ବିମାନ ଉଡାଣ ବାତିଲ ; ଆଜି ସନ୍ଧ୍ୟାରୁ କାଲି ୯ଟା ଯାଏଁ ବନ୍ଦ ରହିବ ବିମାନ ଚଳାଚଳ
ବାତ୍ୟା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।
ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ବିଧାୟକ , ଦୟନୀୟ ଅବସ୍ଥା ଦେଖି କଲେ ଅସନ୍ତୋଷ ପ୍ରକାଶ