କଥା ରଖିଲେ ମୁଖ୍ୟମନ୍ତ୍ରୀ, ସରକାରୀ କର୍ମଚାରୀଙ୍କ 5 ପ୍ରତିଶତ ବଢାଇଲେ ମହଙ୍ଗାଭତ୍ତା

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର 5 ପ୍ରତିଶତ ବୃଦ୍ଧି କରିଛନ୍ତି  ସରକାର । 2020 ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । କେବଳ ଏତିକି ନୁହେଁ ସପ୍ତମ ବେତନ କମିଶନଙ୍କ ଆଧାରରେ ମହଙ୍ଗା ଭତ୍ତା ବଢ଼ାଇବା ବକେୟା ଥିବା 10 ପ୍ରତିଶତକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସରକାରୀ କର୍ମଚାରୀ ରାଜ୍ୟ ସରକାରଙ୍କ ବଡ ଉପହାର ଘୋଷଣା କରିଛନ୍ତି। ଗତକାଲି ବକେୟା ସପ୍ତମ ବେତନ କମିଶନଙ୍କ ଆଧାରରେ ଥିବା ସରକାରୀ କର୍ମଚାରୀଙ୍କ ବକେୟା ଘୋଷଣା କରିଥିଲେ ରାଜ୍ୟ ସରାକର । ଆଉ ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ଉପହାର ସ୍ୱରୁପ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ଏଣିକି ମହଙ୍ଗାଭତ୍ତା ବାବଦକୁ ଅଧିକ ୫ପ୍ରତିଶତ ମହାଙ୍ଗାଭତ୍ତା ପାଇବେ । ଏହା 2020 ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି ।

Spread the love