ରାଜ୍ୟରେ ମଣ୍ଡଳ କମିଶନ ସୁପାରିଶ ତୁରନ୍ତ ଲାଗୁ କରାନ୍ତୁ : ଶ୍ରୀକାନ୍ତ ଜେନା
ଭୁବନେଶ୍ୱର, ରାଜ୍ୟରେ ମଣ୍ଡଳ କମିଶନ ସୁପାରିଶ ତୁରନ୍ତ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତ ଜେନାଙ୍କ ମନ୍ତବ୍ୟ ଅନୁଯାୟୀ, ୨୫ବର୍ଷର ବିଳମ୍ବରେ ପଛୁଆବର୍ଗ କମିଶନ ଗଠନ କରିବାର ନଷ୍ପି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟର ୫୪% ଲୋକଙ୍କର ବିକାଶ ଓ ଅଧିକାର ପ୍ରତି ମୁଖ୍ୟମନ୍ତ୍ରୀଙ୍କର କେତେ ଆନ୍ତରିକତା ତାହା ପ୍ରକାଶ କରୁଛି । ଏହି ଅବସରରେ ଶ୍ରୀ ଜେନା ଦୁଇଟି ବିଷୟ ପୁଣିଥରେ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି, ଗତ ୨୦ବର୍ଷଧରି ଆପଣ ଜାଣିଶୁଣି ଏହାକୁ ବନ୍ଦକରିରଖିଛନ୍ତି ।
(୧) ପଛୁଆବର୍ଗଙ୍କର ୨୭% ସଂରକ୍ଷଣ ଶିକ୍ଷା ଓ ଚାକିରି କ୍ଷେତ୍ରରେ ତୁରନ୍ତ ଲାଗୁକରାନ୍ତୁ ।
(୨) ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ୩୮.୫% ଉଚ୍ଚଶିକ୍ଷା (ମେଡ଼ିକାଲ, ଇଞ୍ଜିନିୟରିଂ, ଇତ୍ୟାଦି) ସଂରକ୍ଷଣ ବ୍ୟବସ୍ଥା କରାନ୍ତୁ ।
ଗତ ୨୦ବର୍ଷ ଧରି ସଂରକ୍ଷଣ ଏହି ବର୍ଗଙ୍କୁ ନଦେବାର ପରିଣାମ ହୋଇଛି, ପଛୁଆବର୍ଗରୁ ୧୦ହଜାର ପିଲା ଡ଼ାକ୍ତର ଓ ୨୦ହଜାର ପିଲା ଇଞ୍ଜିନିୟର ହେବାରୁ ବଞ୍ଚିତ ହୋଇଛନ୍ତି । ଠିକ୍ ସେହିଭଳି ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ପ୍ରାୟ ୫ହାଜାର ଡ଼ାକ୍ତର ଓ ୧୦ହଜାର ଇଞ୍ଜିନିୟର ହେବାରୁ ବଞ୍ଚିତ ହୋଇଛନ୍ତି । ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କି ତୁରନ୍ତ ରାଜ୍ୟରେ ମଣ୍ଡଳ କମିଶନ ସୁପାରିଶ ଲାଗୁ କରାନ୍ତୁ । ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା – ନିକଟରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟରେ କୁହାଯାଇଛି “ସଂରକ୍ଷଣ ଏକ ମୈାଳିକ ଅଧିକାର ନୁହେଁ” । ରାଜ୍ୟ ଚାହିଁଲେ ଦେଇପାରିବେ ବା ନଦେଇପାରିବେ । ଏ ସମ୍ପର୍କରେ ଆପଣଙ୍କ ସରକାର ଓ ଦଳର ମତ ସ୍ପଷ୍ଟ କରାନ୍ତୁ ।