ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ । ଅନୁଗୁଳ ଜିଲ୍ଲା ବଅଁରପାଳ ରେଲୱେ ଷ୍ଟେସନରୁ ୭ ପୁରୁଷ ଓ ୬ ମହିଳାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ଅକ୍ଟୋବର ୨୯ ରାତିରେ ରାତିରେ ସୁନ୍ଦରଗଡ଼ ସଦରଥାନା କରମଡିହି ପଞ୍ଚାୟତ ପଡ଼ିଆରେ ଶୋଇଥିବାବେଳେ ମହାରାଷ୍ଟ୍ର ଯାଯାବର ଗୋଷ୍ଠୀ ଉପରେ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ ତାମିଲନାଡୁର ଯାଯାବର ଗୋଷ୍ଠୀ ।
ଏଥିରେ ୩ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର ଯାଯାବର ଗୋଷ୍ଠୀ ଅବିନାଶ ପୱାରଙ୍କ ଦ୍ବିତୀୟ ପତ୍ନୀଙ୍କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ମଙ୍ଗଳବାର ରାତିରେ ତାମିଲନାଡୁ ଗୋଷ୍ଠୀର ଲୋକ ଆକ୍ରମଣ କରିଥିଲେ । ମହାରାଷ୍ଟ୍ର ଯାଯାବର ଗୋଷ୍ଠୀର ୫ ଜଣଙ୍କୁ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଛନ୍ତି ତାମିଲନାଡୁର ଯାଯାବର ଗୋଷ୍ଠୀ । ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ୧୩ ଜଣଙ୍କୁ ଅଟକ ରଖି ଜେରା କରୁଛି ।