ଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ ସଂରକ୍ଷଣ ସୁବିଧା? ବିଜେପି

ଭୁବନେଶ୍ୱର, ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ  ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି ।
କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି । କିନ୍ତୁ ରାଜ୍ୟସରକାର ଆରକ୍ଷଣ ବ୍ୟବସ୍ଥାତୁ ପଛୁଆ ବର୍ଗଙ୍କ ପାଇଁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜମନ ବୋଲି ବରିଷ୍ଠ ବିଜେପି ନେତା ଶ୍ରୀ ଐର ଖାରବେଳ ସ୍ୱାଇଁ
କହିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ  ଆରକ୍ଷଣ ୫୦ ପ୍ରତିଶତରୁ ଅଧିକା ରହିବା କଥା ନୁହେଁ । ସ୍ୱାଧୀନତା ପରଠାରୁ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ତାଙ୍କର ଜନସଂଖ୍ୟା ଅନୁସାରେ ରାଜ୍ୟରେ ୩୮.୭୫ ଭାଗ ଆରକ୍ଷଣ ଦିଆଯାଇଛି । ସମ୍ବିଧାନରେ ନିୟମ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ୨୨.୫ ଭାଗ ସଂରକ୍ଷଣ ଦିଆଯିବ । ଆଦିବାସୀମାନଙ୍କୁ ୧୫ ଭାଗ ଏବଂ ଦଳିତ ଆଦିବାସୀମାନଙ୍କୁ ୭.୫ ଭାଗ
ସଂରକ୍ଷଣ ଦିଆଯିବ । କିନ୍ତୁ ଓଡିଶାରେ ରାଜ୍ୟସରକାର ସଂଖ୍ୟା ଅଧିକା ଦେଖାଇ ମୂଳରୁ ୩୮.୭୫ ଭାଗ ଆରକ୍ଷଣ ଦେଉଛନ୍ତି । ଯେତେବେଳ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୩୮.୭୫ ଭାଗ ଆରକ୍ଷଣ ଦିଆଯାଉଥିଲା ସେତେବେଳେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦେବାର ବ୍ୟବସ୍ଥା ନଥିଲା । ଏହି ଦୁଇଟିଯାକ ଆରକ୍ଷଣକୁ ଯୋଡିଲେ ୬୫ ଭାଗରୁ ଅଧିକା ହେଉଛି । ଏହି ଆଳ ଦେଖାଇ କିଛି ବ୍ୟକ୍ତି ବିଶେଷ ହାଇକୋର୍ଟରେ ମକୋଦ୍ଦମା କଲେ ଏବଂ ହାଇକୋର୍ଟ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦିଆଯିବ ନାହିଁ ବୋଲି ରାୟ ଶୁଣାଇଲେ । ରାଜ୍ୟରେ ମୋଟ ଆରକ୍ଷଣ ୫୦ ଭାଗ ରହିଛି । କିନ୍ତୁ ଏବେ ୧୧.୨୫ ଭାଗ ଆରକ୍ଷଣ ଦିଆଯାଉଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ଓଡିଶାରେ ପାଖାପାଖି ୫୪ ଭାଗ ପଛୁଆ ବର୍ଗ ରହିଛନ୍ତି । ଏହା ସତ୍ୱେ ବି ୨୭ ପ୍ରତିଶତ ଆରକ୍ଷଣ ସେମାନଙ୍କୁ ମିଳୁନାହିଁ । ଯେତେବେଳ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ କାଟିଦିଆଗଲା ସେତେଳେ ରାଜ୍ୟସରକାର ସୁପ୍ରିମକୋର୍ଟ ଯାଇ ଏହା ବିରୁଦ୍ଧରେ ଚ୍ୟଲେଂଚ କରିପାରିଥାନ୍ତେ । କିନ୍ତୁ ରାଜ୍ୟସରକାର ତାହା କଲେ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ଗତ ୩ ଦିନ ତଳେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଓଡିଶା ଗସ୍ତରେ ଆସିଥିଲେ । ତାଙ୍କୁ ବିଜେପି ପକ୍ଷରୁ ଏ ସମସ୍ତ ଘଟଣା ଜଣାଇବା ପରେ ସେ ଏହି ପ୍ରସଙ୍ଗ ଉଠାଇବାରୁ ହଠାତ୍ ରାତାରାତି ପଛୁଆ ବର୍ଗ କମିଶନ ଘୋଷଣା କରାଯାଇଛି । ରାଜ୍ୟସରକାର ଏବେ
ପଛୁଆ ବର୍ଗ କମିଶନ ଘୋଷଣା କଲେ । ପୂର୍ବ କମିଶନଙ୍କ ମୃତ୍ୟୁ ପରେ ୪ ବର୍ଷ ଧରି ଏହି ପଦବୀ ଖାଲି ଥିଲା । ପଛୁଆବର୍ଗ ଅଧ୍ୟକ୍ଷ ନିଯୁକ୍ତି ନେଇ ପୂର୍ବରୁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ରାଜ୍ୟସରକାର ଶୁଣିନଥିଲେ । ପଛୁଆ ବର୍ଗଙ୍କୁ ସୁବିଧା କି ଅଧିକାର ଦେବା ପାଇଁ ଏ ସରକାର ଚାହୁଁ ନାହାଁନ୍ତି । ଏ ସରକାର ପଛୁଆ ବର୍ଗ ବିରୋଧୀ । ସମ୍ବିଧାନର ବ୍ୟବସ୍ଥାକୁ ପଛୁଆ ବର୍ଗଙ୍କୁ ଦେବା ପାଇଁ ସରକାର ଚାହୁଁ ନାହାଁନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଆଗାମୀ ଦିନରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦେବା ପ୍ରସଙ୍ଗ ଆମେ କମିଶନଙ୍କୁ ଜଣାଇବୁ । କର୍ଣ୍ଣାଟକରେ ୭୩
ଭାଗ, ତାମିଲନାଡୁରେ ଆରକ୍ଷଣ ୬୯ ଭାଗ ଆରକ୍ଷଣର ବ୍ୟବସ୍ଥା ରହିଛି । ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କୁ ତାଙ୍କର ହକ ଦେବା ପାଇଁ ରାଜ୍ୟସରକାର ରାଜି ନୁହଁନ୍ତି । ଯଦି କର୍ଣ୍ଣାଟକରେ ଏବଂ ତାମିଲନାଡୁରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଆରକ୍ଷଣ ଦିଆଯାଇ ପାରୁଛି ତେବେ ଓଡିଶାରେ କାହିଁକି ଦିଆନଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି ।

ଓଡିଶା ସରକାର ସୁପ୍ରିମକୋର୍ଟ ଯାଇ ଏହି ପ୍ରସଙ୍ଗ ଉଠାଇ ପଛୁଆ ବର୍ଗଙ୍କ ହିତ ଦୃଷ୍ଟିରୁ ସେମାନଙ୍କୁ ଆରକ୍ଷଣ ଯୋଗାଇ ଦିଅନ୍ତୁ । ଓଡିଶା ହାଇକୋର୍ଟ ୨୭ ପ୍ରତିଶତ ଆରକ୍ଷଣକୁ ଖଣ୍ଡନ କରିବା ସମୟରେ ସରକାରୀ ଓକିଲ କର୍ଣ୍ଣାଟକ ଏବଂ ତାମିଲନାଡୁର ଆରକ୍ଷଣ ବ୍ୟବସ୍ଥା କଥା ଉଠାଇନଥିଲେ ।
ପଛୁଆ ବର୍ଗଙ୍କୁ ସମ୍ବିଧାନ ସମ୍ମତ ୨୭ ପ୍ରତିଶତ ଆରକ୍ଷଣ ନିଯୁକ୍ତି କ୍ଷେତ୍ରରେ, ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ଦିଆଯାଉ । ପଛୁଆ ବର୍ଗର ହିତ ଚାହୁଁଥିଲେ ରାଜ୍ୟସରକାର ସୁପ୍ରିମକୋର୍ଟ ଶୀଘ୍ର ଯାଆନ୍ତୁ ବୋଲି ଶ୍ରୀ ସ୍ୱାଇଁ
ପରାମର୍ଶ ଦେଇଛନ୍ତି । ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ନକଲେ ଆଗାମୀ ପେବୃଆରୀ ୨୫ ତାରିଖରୁ ସାରା ରାଜ୍ୟରେ ‘ଓବିସି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ ଚାଲିବ ବୋଲି ଓବିସି ମୋର୍ଚ୍ଚା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

Spread the love