ପଛୁଆବର୍ଗଙ୍କ ଲାଗି ବିଜେପିର ପ୍ରତିବଦ୍ଧତା ନାହିଁ : ବିଜେଡି

ପଛୁଆବର୍ଗଙ୍କ ଉପରେ ବିଜେପି ନେତାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହିତ ସେମାନଙ୍କର ଯଦି ଏହି ବର୍ଗଙ୍କ ବିକାଶ ଲାଗି କୌଣସି ପ୍ରତିବଦ୍ଧତା ଥାଏ ତେବେ ୨୦୧୧ ମସିହାରେ ହୋଇଥିବା ଜାତିଭିତ୍ତିକ ଗଣନାର ପରିସଂଖ୍ୟାନ ପ୍ରକାଶ କରିବା ଆବଶ୍ୟକ । ବିଜେପି ସମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ର ସରକାର ୨୦୧୧ର ଜାତିଭିତ୍ତିକ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କଲେ ଓଡିଶା ସରକାର ସେହି ଆଧାରରେ ଏହି ବର୍ଗଙ୍କୁ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରିବେ । ଯଦି ପଛୁଆବର୍ଗଙ୍କ ପ୍ରତି ବିଜେପିର କୌଣସି ପ୍ରତିବଦ୍ଧତା ରହିଛି ତେବେ ୨୦୨୦ ଜନଗଣନାରେ ଓଡିଶାରେ ଜାତି ଭିତ୍ତିକ ଗଣନାପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଗ୍ରହଣ କରିବା ଆବଶ୍ୟକ । ତେଣୁ ଏହି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବିଜେପି ଠକିବା ଉଚିତ୍‍ ନୁହେଁ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ।

Spread the love