ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷା। ଏବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୧୨ ଲକ୍ଷ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବେ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସରିବ। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ରେ ସରିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। 

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫ ହଜାର ୩୭୬ଟି ସେଣ୍ଟର ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୪ ହଜାର ୯୮୩ ପରୀକ୍ଷା କେନ୍ଦ୍ର ହୋଇଛି। ସେହିପରି ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପତ୍ର ପଢ଼ିବାକୁ ୧୫ ମିନିଟର ସମୟ ଦିଆଯିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରଙ୍କୁ ବିଷୟ ଓ ପ୍ରାକ୍ଟିକାଲ ଉଭୟ ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ। ୩୩ ପ୍ରତିଶତ ନମ୍ବର ରଖିଲେ ଯାଇ ଛାତ୍ର ପରୀକ୍ଷାରେ କୃତକାର୍ଯ୍ୟ ହେବେ।

Spread the love