ଗୋଟିଏ ଦିନରେ ପୁଣି କରୋନା ନେଲା143 ଜୀବନ, 66 ହଜାର ଆକ୍ରାନ୍ତ

ପ୍ରତି ସେକେଣ୍ଡରେ ଅତି ଅଭୟଙ୍କର ହୋଇ ଉଠୁଛି କରେନା। ପ୍ରତିଦିନ ଚୀନରେ ଶହଶହ ଲୋକ ପ୍ରାଣ ହରାଉଛନ୍ତି। ଏହି ରୋଗରେ ମୃତକଙ୍କ ସଂଖ୍ୟା ୧୫୨୩ରେ ପହଞ୍ଚିଛି । କେବଳ ଶୁକ୍ରବାର ଦିନ କରୋନା ଭାଇରସରେ ୧୪୩ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣ ୨୪୨୦ ଜଣଙ୍କ ଠାରେ ଦେଖିବାକୁ ମିଳିଛି । ଚୀନର ନ୍ୟାସନାଲ ହେଲଥ କମିଶନର ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ହୁବେଇ ରାଜ୍ୟରେ ଏହି ରୋଗରେ ୧୩୯ ଜଣଙ୍କର ମୃତ୍ୟୁ ହୋଇଛି । ଚୀନରେ ଏବେ କରୋନା ଭାଇରସ ଯୋଗୁଁ ୬୫ ହଜାର ୫୩୫ ଜଣ ଲୋକ ଅସୁସ୍ଥ ଅଛନ୍ତି ।  ରାଜଧାନୀ ବେଜିଂରେ ଜଣେ ଲୋକର ମୃତ୍ୟୁ ହୋଇଛି । ସେହିଭଳି ଚେଙ୍ଗଚିଙ୍ଗରେ ମଧ୍ୟ ଜଣେ ଲୋକ ଜୀବନ ହାରିଛନ୍ତି । ଏହି ଭଳି ଭାବେ ଶୁକ୍ରବାର ୧୪୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସରେ ମୋଟ ଏଯାଏଁ ୧୪୩ ଜଣ ଲୋକ  ଜୀବନ ହାରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । 

ଚୀନର ଉହାନରେ ନବନିର୍ମିତ ହସ୍ପିଟାଲରେ ଭର୍ତ୍ତି ନୋବେଲ କରୋନା ଭାଇରସ ନିମୋନିଆର ରୋଗୀଙ୍କ ସଂଖ୍ୟା ଏକ ହଜାରରୁ ଅଧିକ ହୋଇଛି । କରୋନା ଭାଇରସ ଆରମ୍ଭ ହେବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଡାକ୍ତରଖାନା ନିର୍ମାଣ କରାଯାଇଥିଲା । ଫେବୃଆରୀ ୧୩ ଅପରାହ୍ନ ପରେ ପ୍ରଥମ ଦଫାରେ ୭ ଜଣ ରୋଗୀ ଏହି ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରି ଯାଇଥିଲେ । ଏଥିରେ ଜଣେ ୬୬ ବର୍ଷ ବୟସର ବରିଷ୍ଠ ନାଗରିକ ଓ ଜଣେ ୩୩ ବର୍ଷର ଯୁବକ ସାମିଲ ଥିଲେ ।

Spread the love