କରୋନା ଠୁ ବି ଭୟଙ୍କର ଭୂତାଣୁର ଖୋଜ୍ କରିଥିଲେ ଏହି ବୈଜ୍ଞାନିକ, ଯାହାଙ୍କ ପାଇଁ ଆଜି କୋଟିକୋଟି ଲୋକ ହେଉଛନ୍ତି ରୋଗମୁକ୍ତ

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ  ବାସିବା ଭଳି କିଛିଲୋକ ଜନ୍ମରୁ ମହାନତା ଦେଖାଇଥାନ୍ତି।  ଆଉ କିଛି ଲୋକଙ୍କୁ ଜୋରଜବରଦସ୍ତି ମହାନ ହେବାର ଟୋପି ପିନ୍ଧାଯାଏ। ଭାରତରେ ଏହା ବହୁଳ ଭାବରେ ଦେଖିବାକୁ ମିଳେ।  ଭାରତରେ  ଭଣ୍ଡବାବାଙ୍କ ଅଭାବ ନାହିଁ। ଏହି ବାବାଙ୍କୁ କିଛିଲୋକ  ଭଗବାନ ବୋଲି ମାନନ୍ତି। କିନ୍ତୁ ମାନବ କଲ୍ୟାଣ ପାଇଁ କିଛି ବୈଜ୍ଞାନିକ ଆମ ପୃଥିବୀରେ ଜନ୍ମ  ହୋଇଛନ୍ତି ଏବଂ ତାଙ୍କର ସାରା ଜୀବନ ମାନବ କଲ୍ୟାଣ ପାଇଁ ବିତାଇ ଦେଇଛନ୍ତି। ସେହିଭଳି ବୈଜ୍ଞାନିକଙ୍କ ନାମ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଏହି ମହାନ ବୈଜ୍ଞାନିକଙ୍କ ଭୂମିକା ଭଗବାନଙ୍କ ଠାରୁ କମ୍ ନୁହେଁ। ଏହି  ବୈଜ୍ଞାନିକମାନଙ୍କ ପାଇଁ ଆଜି କୋଟିକୋଟି ଲୋକଙ୍କ ଜୀବନ ବଞ୍ଚିଯାଉଛି। ଆଜି ଆମେ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କହିବାକୁ ଯାଉଛୁ। ଏହି ମହାନ ବୈଜ୍ଞାନିକ ଜଣକ ହେଉଛନ୍ତି ଲୁଇସ୍ ପେଶ୍ଚର ।

 

1822 ମସିହାରେ ଜର୍ମାନର ଏକ ଗାଁରେ ଚମଡାର ବ୍ୟବସାୟ କରୁଥିବା ଗରିବ ବ୍ୟବସାୟୀଙ୍କ ଘରେ ଲୁଇସ୍ ପେଶ୍ଚର ଙ୍କ ଜନ୍ମ  ହୋଇଥିଲା । ତାଙ୍କ ବାପା ଗରିବ ହୋଇଥିଲେ ମଧ୍ୟ ଲୁଇଙ୍କୁ ବଡ ସ୍କୁଲରେ ପଢାଇବା ପାଇଁ ସ୍ଥିର କରିଥିଲେ । ବଡ ସ୍କୁଲରେ ପଢି ତାଙ୍କ ପୁଅ ଚାକିରି କଲେ ତାଙ୍କୁ ଆଉ ଗରିବର ଦୁଃଖ ଭୋଗିବାକୁ ପଡିବ ନାହିଁ  ବୋଲି ସେ ସବୁବେଳେ ଭାବୁଥିଲେ । ଏହା ମନରେ  ସ୍ଥିର କରି ଲୁଇଙ୍କୁ ଏକ ବଡ ଓ ଦାମୀ ଘରୋଇ ସ୍କୁଲରେ ଆଡମିଶନ କରିଥିଲେ । କିନ୍ତୁ ତାଙ୍କୁ ସେଦିନ ବହୁତ ଦୁଃଖ ଲାଗିଥିଲା ଯେଉଁଦିନ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ପୁଅ ପଢିବା ମାମଲାରେ ବହୁତ  କମଜୋର। ସାଙ୍ଗସାଥୀମାନେ ମଧ୍ୟ ଲୁଇଙ୍କୁ ଥଟ୍ଟା ମଜା କରନ୍ତି। କିନ୍ତୁ ଲୁଇ ବହୁତ ପରିଶ୍ରମୀ ଥିଲେ । ସ୍କୁଲ ଯିବାସହ ବାପାଙ୍କ କାମରେ ମଧ୍ୟ ସାହାଯ୍ୟ କରୁଥିଲେ । ଦିନେ ତାଙ୍କ ଗାଁରେ ଏକ ଭୟଙ୍କର ଘଟଣା ଘଟିଲା । ଗୋଟିଏ ପାଗଳ ଶିଆଳ ଗାଁର ପ୍ରାୟ 10ରୁ 12ଜଣକୁ କାମୁଡି  ଦେଇଥିଲା। କିଛିଦିନ ପରେ ପୀଡିତ ଲୋକମାନେ ଶିଆଳ ପରି ବ୍ୟବହାର କରିବା ସହ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ମୁଖରେ ପଡିଲେ । ଏହା ଲୁଇଙ୍କ ମନରେ ଗଭୀର ଦୁଃଖ ଦେଇଥିଲା । କାରଣ ସେତେବେଳେ କୌଣସି ଔଷଧ ବାହାରି ନଥିଲା । ଏନେଇ  ଲୁଇ ବାପାଙ୍କୁ ପଚାରିଲେ । ସେମାନଙ୍କୁ କାହିଁକି ଏମିତି ମରିବାକୁ ଛାଡିଦିଆଗଲା । ରେବିସ( ହାଇଡ୍ରୋଫେବିଆ) ଯୋଗୁଁ ସେମାଙ୍କ ମୃତ୍ୟୁ ହୋଇଥିଲା । ଏହି ରୋଗର ପ୍ରତିରୋଧକ କୌଣସି ଔଷଧ ବାହାରିନଥିଲା। ଲୁଇ ବାପାଙ୍କୁ ବାରମ୍ବାର  ଗୋଟିଏ ପ୍ରଶ୍ନ ପଚାରୁଥିଲେ କାହିଁକି ସେମାନଙ୍କୁ ଔଷଧ ଦେଇ ବଞ୍ଚାଗଲା ନାହିଁ। ଏଥିରେ ବିରକ୍ତ  ହୋଇ ଲୁଇଙ୍କ ବାପା କହିଲେ ତୁମେ ନିଜେ କାହିଁକି ଔଷଧ ବାହାର କରୁନ । ମନଲଗାଇ ପଢି ନିଜେ ଏହି  ରୋଗର ଔଷଧ ବାହାର କର।  ପିତାଙ୍କର ଏହି କଥା ଲୁଇଙ୍କ ମନକୁ ଛୁଇଁଲା । ସେ ମନ ଲଗାଇ ପଢିଲେ । ସ୍କୁଲ ଶିକ୍ଷା କରିସାରିବା ପରେ ଉଚ୍ଚଶିକ୍ଷା ପାଇଁ ଲୁଇଙ୍କୁ ତାଙ୍କ ବାପା ପ୍ୟାରିସ ପଠାଇଲେ । ଲୁଇ ବୈଜ୍ଞାନର ସବୁ କ୍ଷେତ୍ରରେ ପଢିବା ଆରମ୍ଭ କରିଦେଲେ ।

 

1842ରେ ସେ ସ୍ତୋର୍ସ ବିଶ୍ୱବିଦ୍ୟାଳୟରେ ପଢାଇବା ସହ ନିଜେ ମଧ୍ୟ ଅଧ୍ୟୟନ ଜାରି ରଖିଥିଲେ । ଏହିପରି ସେ ଜୀବ ବିଜ୍ଞାନକୁ ବୁଝିପାରିଥିଲେ। ଲୁଇ ତାଙ୍କ   ପ୍ରୟୋଗରେ ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଛୋଟଛୋଟ ପୋକ ଥିବା ଅନୁସନ୍ଧାନରେ ସେ ପାଇଥିଲେ । କିନ୍ତୁ ଏହି ଛୋଟ ପୋକୁ ଖାଲି ଆଖିରେ ଦେଖି ହୁଏନାହିଁ ।  ଲୁଇ ଏହି ଛୋଟ ପୋକଙ୍କୁ ଜୀବାଣୁର ନାମ ଦେଇଥିଲେ । ଏହା ପୂର୍ବରୁ ଲୁଇ ଜୀବାଣୁ ବିଷୟରେ କେହି ତଥ୍ୟ ଦେଇନଥିଲେ । ପ୍ରୟୋଗଲ ଦ୍ୱାରା ସେ ଜାଣିବାକୁ ପାଇଥିଲେ ଯେ ଏହି ଜୀବାଣୁଙ୍କ ପାଇଁ ଖାଦ୍ୟ ଖରାପ ହେଉଛି। ଏବଂ ଏମାନେ ଅଧିକ ଗରମ ସହି ପାରନ୍ତି ନାହିଁ।  ଦିନେ ଲୁଇ 75 ଡିଗ୍ରୀ ତାପମାନରେ କ୍ଷୀର ଗରମକରି ଥଣ୍ଡା କଲେ । ଏବଂ କ୍ଷୀର ଶୀଘ୍ର ଖରାପ ହେଲା ନାହିଁ। ଏହି ପ୍ରଣାଳିକୁ ପଶ୍ଚରାଇଜେସନ କୁହାଯାଏ। ତେବେ ଲୁଇଙ୍କ ମନରେ ଏକ କଥା ଜୁଟିଲା ।

 

ସେ ଭାବିଲେ ଯେମିତି ଖାଦ୍ୟରେ ଜୀବାଣୁ ଥାନ୍ତି ମଣିଷ ଦେହରେ ମଧ୍ୟ ଜୀବାଣୁ ରହୁଥିବେ । ଏହି ଜୀବାଣୁ ଆମକୁ ରୋଗାଗ୍ରସ୍ଥ କରାଉଛନ୍ତି। ଏହି ଜୀବାଣୁ ରେବସ ପାଇଁ ଦାୟୀ ଅଟନ୍ତି ତେଣୁ ସେ ରେବିସ ଜୀବାଣୁକୁ ସମୁଳେନାଶ କରିବା ପାଇଁ ଲାଗିପଡିଲେ। ସେ ବାବିଲେ ରେବିସ ଜୀବାଣୁକୁ ଯଦି ମାରିଦିଆଯାଏ ତେବେ କୋଟିକୋଟି ଲୋକଙ୍କ ଜୀବନ ବଞ୍ଚିଯାଇପାରିବ। ତେଣୁ ସେ ଆଗାମୀ ଜୀବନକୁ ପାଗଳ କୁକୁର କିମ୍ବା ଶିଆଳହ୍କୁ ଧରି ତାଙ୍କ ଦେହରେ ଥିବା ରକ୍ତ ନମୁନା ସଂଗ୍ରହକରି  ରେବିସ ଜୀବାଣୁକୁ ଖୋଜି ବାହାର କରିବାକୁ ଲାଗି ପଡିଲେ । ଏହି ପରି ବାବରେ ସେ ରେବିସ ଭାଇରସର ସନ୍ଧାନ କରିଥିଲେ । ଯାହାଫଳରେ ଆଜି ଏହି ଭାଇରସର ପ୍ରତିସେଧକ ଟିକା ଯୋଗୁଁ ବହୁ ଲୋକଙ୍କ ଜୀବନ ବଞ୍ଚିଯାଇପାରୁଛି।

Spread the love