ଆଜିର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ । ନେଣ-ଦେଣ ସମୟରେ ସତର୍କ ରୁହନ୍ତୁ । ଦୀର୍ଘଦିନରୁ ଅଟକିଥିବା କାମ ପୂରା ହେବ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ବୈବାହିକ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିପାରେ ।

ବୃଷ: ନୂତନ କାମ ଆରମ୍ଭ କରିବାକୁ ଭଲ ସମୟ । କୋର୍ଟ ସମ୍ବନ୍ଧୀୟ ମାମଲାର ସମାଧାନ ହେବ । ଭାବିଚିନ୍ତି କାମ କରନ୍ତୁ । ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ । ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ ।

ମିଥୁନ : ଯାନବାହାନ କିଣିବାର ଯୋଗ ଅଛି । ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ ।

କର୍କଟ : ଦିନଟି ମିଶ୍ରିତଫଳ ପ୍ରଦାନ କରିବ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ । ବ୍ୟବସାୟ ଆରମ୍ଭ କରିବା ପାଇଁ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ ।

ସିଂହ: ମାନ ସମ୍ମାନ ବୃଦ୍ଧି ପାଇବ । ଘରେ ପୂଜାପାଠ ଆୟୋଜନ କରିବେ । ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତୁ । ଅଭିବାହିତଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିପାରେ ।

କନ୍ୟା: ଧନପ୍ରାପ୍ତି ଯୋଗ ରହିଛି । ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି । ବିଦେଶ ଯାତ୍ରା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖାଦେଇ ପାରେ । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ ।

ତୁଳା: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ନୂତନ ଯାନବାହନ କିଣିପାରନ୍ତି । ଅଫିସ୍ରେ କାର୍ଯ୍ୟଭାର ବଢ଼ିବ । ସମସ୍ତ କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ ।

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ । ବିବାହ ସମସ୍ୟା ସମାଧାନ ହେବ । ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ । ନକାରାତ୍ମକ ଚିନ୍ତାଧାରା ଦୂର ହେବ । ମହିଳାମାନେ ଆଳସ୍ୟ ଅନୁଭବ କରିପାରନ୍ତି ।

ଧନୁ: ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । କୌଣସି ନୂଆ କାମ ଆରମ୍ଭ କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର: କର୍ମତତ୍ପର ରହିବେ । ଆଧ୍ୟାତ୍ମିକ ଦିଗରୁ ଦିନଟି ଭଲ । କର୍ମକ୍ଷେତ୍ରରେ କାମ ଚାପ ରହିବ । ଅନ୍ଲାଇନ୍ରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ: ବ୍ୟବସାୟରୁ ଆଶାଜନକ ଲାଭ ମିଳି ନ ପାରେ । ଚାକିରିରେ ବଦଳି ସମ୍ଭାବନା ଅଛି । ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ ଓ ନୂଆ ଯୋଜନା କରିବେ । ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି ।

ମୀନ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଆତ୍ମବିଶ୍ବାସ ବୃଦ୍ଧି ପାଇବ । ପଢ଼ା ପାଇଁ ଅର୍ଥ ନିବେଶ କରିବେ । ଦୂରସ୍ଥାନକୁ ବୁଲିବା ଯୋଜନା କରିବେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ ।

Spread the love

Leave a Reply

Your email address will not be published. Required fields are marked *