8, 158ଟି ମିଥ୍ୟା ବିବୃତି ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ !

ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଜୋନାଲ୍ଟ ଟ୍ରମ୍ପ ଦାୟିତ୍ୱ ଗ୍ରହଣ ଠାରୁ  8,158ଟି ମିଥ୍ୟା ବିବୃତି ଦେଇଛନ୍ତି ।  ଜାନୁଆରୀ 20, ରବିବାର ଦିନ ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱ ପୂରଣ ହେବା ଦ୍ୱିତୀୟ ବାର୍ଷିକ ଅବସରରେ ଏ ଭଳି ଖବର ଆସିଛି। ପ୍ରଥମ ବର୍ଷ ସେ ଦୈନିକ 5.9ଟି ମିଥ୍ୟା ଅଥବା ବିଭ୍ରାନ୍ତିକର ବିବୃତି ଉତ୍ଥାପନ କରିଥିଲେ। କିନ୍ତୁ ଦ୍ୱିତୀୟ ବର୍ଷ ସେ ଦୈନିକ 16.9ଟି ବା ପ୍ରଥମ ବର୍ଷର ପ୍ରାୟ 3ଗୁଣ ଏ ଭଳି ବିବୃତି ଦେଇଛନ୍ତି ବୋଲି ‘ଦି ଫ୍ୟାକ୍ଟ୍‌ ଚେକର୍ସ ଡାଟାବେସ୍‌’ରୁ ତଥ୍ୟ ଉଦ୍ଧାର କରି ‘ଓ୍ଵାସିଂଟନ୍‌ ପୋଷ୍ଟ୍‍’କହିଛି।

ରାଷ୍ଟ୍ରପତି ଦେଉଥିବା ପ୍ରତ୍ୟେକ ସନ୍ଦେହଜନକ ବିବୃତିକୁ ‘ଦି ଫ୍ୟାକ୍ଟ୍‌ ଚେକର୍ସ’ ଅନୁଶୀଳନ, ବର୍ଗୀକରଣ କରିବା ସହ ସେଗୁଡ଼ିକ ଉପରେ ନଜର ରଖିଥାଏ। ରାଷ୍ଟ୍ରପତିତ୍ୱର ଦ୍ୱିତୀୟ ବର୍ଷରେ ରାଷ୍ଟ୍ରପତି 6000 ରୁ ଊର୍ଦ୍ଧ୍ୱ ଏ ଭଳି ଚମକପ୍ରଦ ବିବୃତି ଦେଇଛନ୍ତି। ରାଷ୍ଟ୍ରପତିତ୍ୱର ପ୍ରଥମ 100 ଦିନରେ ସେ 492ଟି ଅସମର୍ଥିତ ବିବୃତି ଦେଇଥିଲେ। 2019ର ପ୍ରଥମ ତିନି ସପ୍ତାହରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଏ ଭଳି ବିବୃତି ସଂଖ୍ୟା ଶୀର୍ଷରେ ପହଞ୍ଚିଛି।

ଏହି ତିନି ସପ୍ତାହରେ ସେ 300 ଏ ଭଳି ବିଭ୍ରାନ୍ତିକର ବିବୃତି ଉଥ୍ଥାପନ କରିଛନ୍ତି। ବୈଦେଶିକ ନୀତି ସଂକ୍ରାନ୍ତରେ 900, ବାଣିଜ୍ୟରେ 885, ଅର୍ଥନୀତିରେ 790 ଏବଂ ଚାକିରି ସଂକ୍ରାନ୍ତରେ 755ଟି ବିଭ୍ରାନ୍ତିକର ବିବୃତି ଦେଇଛନ୍ତି ଟ୍ରମ୍ପ୍‌। ଏହା ବ୍ୟତିରେକେ ବିବିଧ ବର୍ଗରେ 899ଟି ମିଥ୍ୟା ବିବୃତି ମଧ୍ୟ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱର ଦୁଇ ବର୍ଷ ମଧ୍ୟରୁ କେବଳ 82ଦିନ ସେ କୌଣସି ବିବୃତି ଦେଇ ନାହାନ୍ତି।

Spread the love