ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି

୧-ଦେଶର ସମସ୍ତ ଏୟାର ଲାଇନ୍ସ ଓ ବିମାନ ବନ୍ଦରକୁ ସତର୍କ ସୂଚନା ଜାରି । ବିମାନ ବନ୍ଦରକୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ସେକେଣ୍ଡାରୀ ଲ୍ୟାଡର ପଏଣ୍ଟ ଚେକ ପାଇଁ ନିର୍ଦ୍ଦେଶ ଦେଇଛି BCAS।

୨- ଜମ୍ମୁ ବିମାନବନ୍ଦରରେ ପାକିସ୍ତାନ ରକେଟ ମାଡ଼ କରିଛି। ପାକିସ୍ତାନ ପଟୁ ନିକ୍ଷେପ ହୋଇଥିବା ୮ ମିସାଇଲକୁ ଧ୍ବଂସ କରିଛି ଭାରତର S-400।

୩-ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଏହି ଯୁଦ୍ଧରେ ଭାରତ ବିରୋଧରେ ଲଗାଇ ଦେଇଥିବା ସୂଚନା ।

୪-ଯୁଦ୍ଧ ସ୍ଥିତି ଯୋଗୁଁ ପଞ୍ଜାବରେ ଆଗାମୀ ୩ ଦିନ ଯାଏ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

୫- ଉଭୟ ପକ୍ଷରୁ ବାୟୁସେନା ଲଢ଼େଇରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୬-ଜମ୍ମୁରେ ଉଭୟ ପକ୍ଷରୁ ଯେଉଁ ଗୁଳିଗୋଳ ଚାଲିଥିଲା ତାହା ବର୍ତ୍ତମାନ କମି ଯାଇଛି । ଲୋକେ ଘର ଭିତରେ ହିଁ ରହିଛନ୍ତି ।

୭-ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି । ଆଇଟିଆର ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଆସିଲା ।

୮-ଆସନ୍ତାକାଲି ବୈଠକ ଡାକିଲେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି । ଡିଆରଡିଓ କ୍ୟାମ୍ପସରେ ବୈଠକ ବସିବ ।

Spread the love

Leave a Reply

Your email address will not be published. Required fields are marked *