ନରେନ୍ଦ୍ର ପୁଷ୍କରିଣୀରେ ପୁଣି ଅଘଟଣ: ଗାଧୋଇବା ବେଳେ ଯୁବକଙ୍କ ମୃତ୍ୟୁ

ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟାତ୍ମିକ ପୋଖରୀ ‘ନରେନ୍ଦ୍ର ପୁଷ୍କରିଣୀ’ରେ ବୁଧବାର ଅପରାହ୍‌ଣରେ ପୁଣି ଥରେ ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।ସୂଚନା ଅନୁସାରେ ପ୍ରବଳ ଗରମରୁ ଆଶ୍ବସ୍ତି ପାଇବା ପାଇଁ ଯୁବକ ଜଣକ ଆଜି ଅପରାହ୍‌ଣରେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବାକୁ ଯାଇଥିଲେ। ପାଣିରେ ପହଁରିବା ତାଙ୍କର ଅଭ୍ୟାସ ନଥିବାରୁ ସେ କୂଳକୁ ଆସି ପାରି ନଥିଲେ। ଯୁବକ ଜଣକ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପକ୍ଷରୁ ବହୁ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ପରେ ଯୁବକ ଜଣକ ମିଳିଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ କି ଡାକ୍ତର ମୃତ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *