ଏରୋନଟିକ୍ସ୍ ମହାବିଦ୍ୟାଳୟର ଯୁକ୍ତଦୁଇରେ ଆଶାନୁରୂପ ଫଳାଫଳ

ସୁନାବେଡ଼ା ହାଲ ସହରାଞ୍ଚଳ ସ୍ଥିତ ଏରୋନଟିକ୍ସ ମହାବିଦ୍ୟାୟରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନରେ ଆଶାନୁଯାୟୀ ଛାତ୍ରଛାତ୍ରୀମାନେ ଫଳାଫଳ ହାସଲ କରିଛନ୍ତି। କଳାରେ ୮୮.୭୭ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୧ଜଣ ଛାତ୍ରଛାତ୍ରୀ । ୫୧୩ ନମ୍ବର ରଖି ଶ୍ୱେତାଲୀନା ମହାପାତ୍ର କଳାରେ ପ୍ରଥମ ସ୍ଥାନ ହାସଲ କରିଥିଲାବେଳେ ତପସ୍ଵିନୀ ଖରା ୪୭୫, ସ୍ନେହାରାଣୀ ନାହାକ ୪୫୫ ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରୁଛନ୍ତି। ବାଣିଜ୍ୟରେ ୯୫.୬୫ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ୧୩ଜଣ ଛାତ୍ରଛାତ୍ରୀ। ୫୧୧ନମ୍ବର ରଖି ମୁସ୍କାନ କୁମାରୀ ମହାବଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିଲାବେଳେ ସିଏଚ ଅଖିଲା ୫୧୦, ବିଶ୍ୱଜିତ୍ ମଲ୍ଲ, ଜସ୍ମିତା ଟାକ୍ରି ୪୪୧ ନମ୍ବର ରଖି ଦ୍ୱିତୀୟ ଓ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ବିଜ୍ଞାନରେ ୯୦.୯୦ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲାବଳେ ୨୧ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରୋହନ କୁମାର ସିଂ ୪୮୩ ନମ୍ବର ରଖି ବିଜ୍ଞାନରେ ପ୍ରଥମ ସ୍ଥାନ ହାସଲ କରିଥିଲାବେଳେ ସୁଶୀଲ ଟାକ୍ରି ୪୬୭ ନମ୍ବର, ଅମ୍ଳାନ ସେଠୀ ୪୪୫ ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଅନସୂୟା ନନ୍ଦଙ୍କ ସଙ୍ଗେ ମହାବିଦ୍ୟାଳୟର ପରିଚାଳନା ସଦସ୍ୟ ସମସ୍ତ ଚାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ହାଲ ସହରଞ୍ଚଳର ବରିଷ୍ଠ ନାଗରିକ, ଅଭିଭାବକ ଆଦି ସମସ୍ତେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *