ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଶ୍ରୀଜିଉ, ଜନସମୁଦ୍ର ଶରଧାବାଲି

ଶ୍ରୀଜିଉମାନେ ଆଡପ ମଣ୍ଡପକୁ ବିଜେ କରୁଛନ୍ତି । ମହାବାହୁ ତିନି ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଆଜି ଜନ୍ମବେଦିରେ ବିରାଜମାନ କରୁଛନ୍ତି। କାଲି (ସୋମବାର) ଠାରୁ ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ।

ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ଜାରି ରହିଛି। ଶ୍ରୀସୁଦର୍ଶନ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ବଡ଼ଠାକୁର ଜନ୍ମବେଦିକୁ ବିରାଜମାନ କରିଛନ୍ତି । ଏହା ପରେ ଦେବୀ ମା’ ସୁଭଦ୍ରା ମଧ୍ୟ ଆଡ଼ପ ବିଜେ କରିସାରିଥିବା ବେଳେ ମହାପ୍ରଭୁଙ୍କ ପହଣ୍ଡି ଜାରି ରହିଛି । ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଜନସମୁଦ୍ର ପାଲଟିଛି ଶରଧାବାଲି । ଜୟ ଜଗନ୍ନାଥ ଧ୍ବନୀ ଓ ଶଙ୍ଖ ଘଣ୍ଟା ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହେଉଛି ।

ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ ଫଳ ଆଡ଼ପମଣ୍ଡପରେ ଦିନେ ଦର୍ଶନରେ ମିଳିଥାଏ ବୋଲି କୁହାଯାଏ । ବିଶେଷକରି ଦିନ ଅପେକ୍ଷା ରାତିରେ ଦର୍ଶନ କଲେ ତାର ୧୦ ଗୁଣ ଅଧିକ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଅଛି । ଶ୍ରୀଜିଉମାନେ ସୋମବାର ଦିନ ଠାରୁ ଜନ୍ମବେଦି(ଆଡ଼ପ ମଣ୍ଡପ)ରୁ ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।

Spread the love