ଶିକ୍ଷକଙ୍କ ବଦଳି ବାତିଲ ଦାବୀ ନେଇ ତାତିଲେ ଗ୍ରାମବାସୀ

ଛତ୍ରପୁର : ସ୍କୁଲ ଶିକ୍ଷକଙ୍କ ବଦଳି ବାତିଲ କରିବା ଦାବି ନେଇ ଟାକିରିଆ ବ୍ରହ୍ମପୁର ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ଏଥିରେ ଛାତ୍ର, ଛାତ୍ରୀ ଓ ଅଭିଭାବକ ମାନେ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ କରିଛନ୍ତି  ।  ଆଜି ସକାଳୁ ସ୍କୁଲ ଗେଟରେ ତାଲା ପକାଇ ରଖିଛନ୍ତି  । ଏପରିକି କୌଣସି ଶିକ୍ଷକଙ୍କୁ ମଧ୍ୟ ସ୍କୁଲକୁ ଛାଡୁ ନାହାନ୍ତି ।  ଶିକ୍ଷକଙ୍କ ବଦଳି ବାତିଲ ନହେଵା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ସ୍କୁଲରେ ତାଲା ଝୁଲି ରହିବ ବୋଲି ଚେତାବନି ମଧ୍ୟ ଦେଇଛନ୍ତି ।

ଛତ୍ରପୁର ବ୍ଲଜ ଟାକିରିଆ ବ୍ରହ୍ମପୁର ସ୍କୁଲର ଜେ.କୁର୍ମା ରାଓଙ୍କୁ ସୁନ୍ଦରପୁର ର ସୁନ୍ଦରେଶ୍ୱର ସ୍କୁଲକୁ ବଦଳି ହୋଇଯାଇଛି । ଜେ.କୁର୍ମା  ଜଣେ ଭଲ ଶିକ୍ଷକ ତାଙ୍କ ପାଇଁ ବେସରକାରୀ ସ୍କୁଲର କିଛି  ପିଲା ଚଳିତ ଶିକ୍ଷାବର୍ଷରେ ସେଠାରୁ ବାହାରି ଏହି ସ୍କୁଲରେ ନିଜ ନାମ ଲେଖାଇଛନ୍ତି  ।  ଏବେ ଏହି ଶିକ୍ଷକଙ୍କ ବଦଳୀ ହୋଇଯାଇଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି ।

ରାଜନୈତିକ ଚାପରେ ଏଠାରୁ ଜେ. କୁର୍ମା ରାଓଙ୍କ ବଦଳୀ ଜାଣିଶୁଣି କରାଯାଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହା ସହ ଏକ ସ୍ମାରକପତ୍ର ଗତକାଲି ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢୀଙ୍କୁ ପ୍ରଦାନ କରିଥିଲେ  । ଆଜି ସକାଳୁ ଟାକିରିଆ ବ୍ରହ୍ମପୁର ସ୍କୁଲ ଆଗରେ ତାଲା ପକାଇ ସେମାନେ ଆନ୍ଦୋଳନ କରିବା ସହିତ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ସେଠାରେ ନିଯୁକ୍ତି କରିବା ଲାଗି ଦାବି କରିଛନ୍ତି  ।

Spread the love