ଏମ୍ସରେ ଚାଲିଛି ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା, ଆବଶ୍ୟକ ହେଲେ ଏୟାର ଲିଫ୍ଟ ହେବେ ପୀଡ଼ିତା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଭୁବନେଶ୍ବର ଏମ୍ସ ବର୍ଣ୍ଣ ୱାର୍ଡରେ ଚାଲିଛି ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା । ଅବସ୍ଥା ଗୁରୁତର ରହିଛି । ଅକ୍ସିଜେନ ସପୋର୍ଟରେ ଚିକିତ୍ସା କରାଯାଉଛି। କିନ୍ତୁ ସେ ଭେଣ୍ଟିଲେଟରରେ ନାହାନ୍ତି। ଆବଶ୍ୟକ ପଡିଲେ ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏକ ସ୍ବତନ୍ତ୍ର ମେଡିକାଲି ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଟିମରେ ୧୨ ଜଣ ଡାକ୍ତର ଓ ୨ ଜଣ ନର୍ସ ଅଛନ୍ତି। ତାଙ୍କୁ ଫ୍ଲୁଇଡ୍ ଚିକିତ୍ସା ଦିଆଯାଉଥିବା ବର୍ଣ୍ଣସ୍ ବିଭାଗର ମୁଖ୍ୟ କହିଛନ୍ତି। ଦିଲ୍ଲୀ ଏମ୍ସ ଯୋଗାଯୋଗରେ ଅଛନ୍ତି ଭୁବନେଶ୍ବର ଏମ୍ସ ଡାକ୍ତରୀ ଟିମ୍ । ତାଙ୍କ ଶରୀରର ୭୦ ରୁ ୭୫ ଭାଗ ଜଳି ଯାଇଥିବା କହିଛନ୍ତି ଡାକ୍ତର ।

ଅନ୍ୟପଟେ ଗତକାଲି ଏମ୍ସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ବର୍ଣ୍ଣସ୍ ୱାର୍ଡ ସମ୍ମୁଖରେ ସୁରକ୍ଷା କଡାକଡି କରାଯାଇଛି । ବର୍ଣ୍ଣ ୱାର୍ଡ ଓ ଏମ୍ସର ଚାରି ପାଖରେ ବିଏନଏସ ୧୬୩ ଧାରା ଲାଗୁ ହୋଇଛି। ଏହି ଅଞ୍ଚଳକୁ ନିଷିଧାଞ୍ଚଳ ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Spread the love