ବଳଙ୍ଗାରେ ନାବାଳିକାକୁ ନିଆଁ ଲଗାଇଦେବା ଘଟଣା, ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି
ପିପିଲି : ନିମାପଡ଼ା ବଳଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ଘଟଣାରେ ଏପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି ଅପରାଧୀ । ଅପରାଧୀଙ୍କୁ ଧରିବା ପାଇଁ ଜୋରଦାର ହେଉଛି ତନାଘନା । ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ । ଘଟଣା ସ୍ଥଳରେ ତଦନ୍ତ କରିଛନ୍ତି ପୋଲିସର ବଡ଼ ଅଧିକାରୀ । ଖୁବ ଶୀଘ୍ର ଅପରାଧୀ ଧରାପଡ଼ିବେ ବୋଲି କହିଛନ୍ତି ଡିଜିପି । ଘଟଣାସ୍ଥଳରେ ଡଗ ସ୍କ୍ବାଡ୍ ଓ ସାଇଣ୍ଟିଫିକ୍ ଟିମ୍ ଛାନବିନ କରିଛନ୍ତି । ଅପରାଧୀ ଖୁବ ଶୀଘ୍ର ଧରାପଡ଼ିବେ ବୋଲି କହିଛନ୍ତି ପୋଲିସ ଡିଜି ।
ଗତକାଲି ନାବାଳିକାଙ୍କୁ ରାସ୍ତା କଡ଼ରେ ଏକ ନିଛାଟିଆ ସ୍ଥାନରେ ପେଟ୍ରୋଲ ପକାଇ ଜାଳି ଦେଇଥିଲେ ଦୁର୍ବୃତ୍ତ । ୩ ଜଣ ବାଇକରେ ଆସି ନାବାଳିକାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ପରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ନାବାଳିକା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଛି । ଗତକାଲି ତାଙ୍କ ବୟାନ ରେକର୍ଡ ହୋଇଛି ।
