ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବଣାଇ : ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ହତ୍ୟା କରିବା ପରେ ଏକ ଅଖାରେ ମୃତଦେହକୁ ପୁରାଇ ବ୍ରାହ୍ମଣୀ ବ୍ରିଜ ଉପରୁ ଫିଙ୍ଗିଲା ନୃଶଂସ ସ୍ୱାମୀ । ପରେ ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ । ଏପରି ଘଟଣା ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଘଟିଛି ।

ସୂଚନା ଅନୁସାରେ ପଙ୍କଡ଼ିହି ଜଡା ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟରତ ଜୟନ୍ତୀ କୁଜୁରଙ୍କୁ ପରକିୟା ପ୍ରୀତି ପାଇଁ ସ୍ଵାମୀ ଲକ୍ଷ୍ମଣ ଓରାମ ହତ୍ୟା କରିଥିଲା । ଏହା ପରେ ଅଖାରେ ମୃତଦେହ ପୁରାଇ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ବ୍ରାହ୍ମଣୀ ବ୍ରିଜ ଉପରୁ ଫିଙ୍ଗି ଦେଇଥିଲା । ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ତ୍ରୀହନ୍ତା । ଏହି ଘଟଣାକୁ ନେଇ ଗୁରୁଣ୍ଡିଆ ପୋଲିସ ପକ୍ଷରୁ ଅଗ୍ନିଶମ ସଂସ୍ଥାର ସହାୟତା କ୍ରମେ ତଦନ୍ତ ଜାରି ରଖିଛି ।

Spread the love