ଭିଜିଲାନ୍ସ ଜାଲରେ BMC ନିର୍ବାହୀ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଚଢାଉ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ BMC ନିର୍ବାହୀ ଯନ୍ତ୍ରୀ । ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଉଛି । ବଡ଼ଗଡ଼ ଭୁବନେଶ୍ବରରେ ତିନିମହଲା ଘର, ବାଲିଅନ୍ତାରେ ରହିଛି ଫାର୍ମହାଉସ । ରାୟଗଡ଼ା ଗୁଣୁପୁରରେ ଥିବା ପୈତୃକ ଘର ଓ ବିଏମସି କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ । ଭିଜିଲାନ୍ସର ୬ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କାର୍ଯ୍ୟ ଚାଲିଛି ।
