IAS ସ୍ତରରେ ଅଦଳବଦଳ: BMC କମିଶନର ହେଲେ ଚଞ୍ଚଲ ରାଣା, CMC କମିଶନର ଦାୟିତ୍ବ ନେଲେ କିରଣଦୀପ କର ସହୋତା
ଭୁବନେଶ୍ୱର : ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରଥଯାତ୍ରା ସମୟରେ ପୁରୀ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଥିବା ଆଇଏଏସ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର କମିଶନର ଭାବେ ନିଯୁକ୍ତ କରାଯାଇଛି । ରଥ ଅଘଟଣ ପରେ ପୁରୀ ଜିଲ୍ଲାପାଳ ଭାବେ ତାଙ୍କୁ ରାଜ୍ୟ ସରକାର ଦାୟିତ୍ବ ନେଇଥିଲେ।
ସେହିପରି କଟକ ମହାନଗର ନିଗମ କମିଶନର ଭାବରେ ଦାୟିତ୍ବ ଗ୍ରହଣ କରିବେ ୨୦୨୧ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କିରଣଦୀପ କର ସହୋତା । ପୂର୍ବରୁ ସେ ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ରହିଥିଲେ । ସିଏମସିରେ କମିଶନର ଅନାମ ଚରଣ ପାତ୍ରଙ୍କ ଅବସର ପରେ ଏହି ପଦବୀ ଖାଲି ପଡିଥିଲା । ଜଣେ ଅତିରିକ୍ତ କମିଶନର ଭାରପ୍ରାପ୍ତ କମିଶନର ଭାବେ କାର୍ଯ୍ୟ ତୁଲାଉ ଥିଲେ । ଅନେକ ଦିନର ବ୍ୟବଧାନ ପରେ କଟକ ମହାନଗର ନିଗମରେ ପୁଣି ଜଣେ ଆଇଏଏସ୍ ଅଧିକାରୀ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି । ପଞ୍ଜାବ ବାସିନ୍ଦା କିରଣଦୀପ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେକ ମଧ୍ୟ କରିଛନ୍ତି ।
