କେନ୍ଦୁଝର ଝିଅ ହେଲେ ରଜ କୁଇନ୍, ଜିଲ୍ଲା ପାଇଁ ଆଣିଲେ ଗୌରବ

କେନ୍ଦୁଝର ଝିଅ ହେଲେ ରଜ କୁଇନ୍ । ଜିଲ୍ଲା ତଥା ସମଗ୍ର ରାଜ୍ୟ ପାଇଁ ଆଣିଲେ ଗୌରବ । ଧରଣୀଧର ବିଶ୍ଵ ବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର କଳା ଛାତ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତ ଏକ ଘରୋଇ ଟିଭି ତରଫରୁ ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟର ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଏବର୍ଷର “ରଜ କୁଇନ୍” ମୁକୁଟ ପିନ୍ଧିଛନ୍ତି ।

ତେବେ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖୁଥିବା ଝିଅ ମାନେ ରଜ କୁଇନରେ ଭାଗ ନେଇଥାଆନ୍ତି । ପ୍ରତିଯୋଗୀମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର କଳା ପ୍ରଦର୍ଶନ କରି ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ ପହଞ୍ଚି ବିଜେତା ହୋଇ ରଜ କୁଇନ୍ ମୁକୁଟ ପିନ୍ଧିଥାଆନ୍ତି । ଏହି ରଜ କୁଇନ ମୁକୁଟ ପିନ୍ଧିଛନ୍ତି ସ୍ଵର୍ଣ୍ଣପ୍ରଭା ।

ଚମ୍ପୁଆ ବ୍ଲକ ଜଡ଼ିପଦା ଗାଁର ବାପା ରସିକଲାଲ ଓ ମା ଦିପ୍ତିରାଣୀଙ୍କ ଝିଅ ସ୍ଵର୍ଣ୍ଣପ୍ରଭାଙ୍କର ପିଲାଟି ବେଳୁ ନୃତ୍ୟ ପ୍ରତି ଥିଲା ଆଗ୍ରହ । ଝିଅର ଆଗ୍ରହ ଦେଖି ପିତା, ମାତା ଝିଅକୁ ନୃତ୍ୟଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ । ପାଠପଢ଼ା ସହ, ଆଗାମୀ ଦିନରେ ଜଣେ ଭଲ କଳାକାର ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି ସ୍ଵର୍ଣ୍ଣପ୍ରଭା l ଏଥିସହ, କେନ୍ଦୁଝର ଜିଲ୍ଲା ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ସ୍ଵର୍ଣ୍ଣପ୍ରଭା ରଜକୁଇନ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କାରଣରୁ ଭବିଷ୍ୟତରେ ସେ କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ସୁନାମ ଅର୍ଜନ କରନ୍ତୁ ବୋଲି କହିଛନ୍ତି ଧରଣୀଧର ବିଶ୍ୱବିଦ୍ୟାଳୟର OSD ।ସ୍ଵର୍ଣ୍ଣପ୍ରଭା ରଜ କୁଇନ୍ ମୁକୁଟ ପିନ୍ଧିବା ପରେ ତାଙ୍କ ପାଇଁ ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ ।

Spread the love