ଏତେ ଛୋଟ ଦେଶ ଯାହାକୁ ପାଦରେ ଚାଲି କରିପାରିବେ ଭ୍ରମଣ
ଅନେକ ରୋଚକ ତଥ୍ୟକୁ ନେଇ ଭରପୁର ଆମର ଏହି ବିଶ୍ଵ ବ୍ରହ୍ମାଣ୍ଡ । ସଂଯୁକ୍ତ ରାଷ୍ଟ୍ର ସଙ୍ଘ ଦୁନିଆରେ ଏପରି କିଛି ଦେଶକୁ ଚିହ୍ନଟ କରିଛି ଯାହାକି କ୍ଷେତ୍ରଫଳ ଅନୁସାରେ ବହୁତ ଛୋଟ । ଏମାନଙ୍କର ପରିଧି ଏତେ ଛୋଟ ଯେ ଏଠାରେ ପର୍ଯ୍ୟଟକ ଚାହିଁଲେ ପାଦରେ ଚାଲି ଚାଲି ମଧ୍ୟ ସାରାଦେଶ ଭ୍ରମଣ କରିପାରିବେ । ଆଜି ଆମେ ଯେଉଁସବୁ ଦେଶ ବିଷୟରେ କହିବାକୁ ଯାଉଛୁ ସେଠାରେ ଆପଣଙ୍କୁ ପର୍ଯ୍ୟଟନ ସ୍ଥଳରେ ମିଳୁଥିବା ସମସ୍ତ ସୁବିଧା ସହିତ ସେଠାରେ ପ୍ରାକୃତିକ, ଭୌଗୋଳିକ ସଂରଚନା ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ଏଠାରେ ଆପଣଙ୍କୁ ଆଧୁନିକ ହୋଟେଲ, କ୍ୟାସିନୋ, ରଙ୍ଗାରଙ୍ଗ ଆଲୋକ, ଡ୍ୟାନ୍ସବାର ଇତ୍ୟାଦି ମିଳିବା ସହିତ ପ୍ରାକୃତିକ ଦୃଶ୍ୟ, ସମୁଦ୍ରକୂଳ, ସୁନ୍ଦର ବିଚ, ପାହାଡ ଇତ୍ୟାଦି ମଧ୍ୟ ଦେଖିବାକୁ ମିଳିବ।
ଭାଟିକାନ ସିଟି: ଏହି ଇଟାଲିୟନ ସହରର କ୍ଷେତ୍ରଫଳ ସମୁଦାୟ ଦୁଇ କିଲୋମିଟରରୁ ମଧ୍ୟ କମ ଅଟେ ଯାହାକୁ ଜଣେ ପାଦରେ ଚାଲି ଚାଲି ମଧ୍ୟ ଭ୍ରମଣ କରିପାରିବ ।
ମୋନାକୋ : ଏହି ଦେଶ ଫ୍ରାନ୍ସ ନିକଟରେ ଅବସ୍ଥିତ । ଯାହାର ଅଂଚଳ ୨.୦୨ ବର୍ଗକିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ । ଯଦିଓ ଏହାର ଇକୋନୋମି ବହୁତ ଭଲ ରହିଛି ଏବଂ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାକୁ ପ୍ରାୟତଃ ପର୍ଯ୍ୟଟକ ଆସିଥାନ୍ତି ।
ସେନ ମ୍ୟାରିନୋ: ଇଟାଲୀର ମଧ୍ୟଭାଗରେ ରହିଥିବା ଏହି ଦେଶର କ୍ଷେତ୍ରଫଳ ୬୧ ବର୍ଗକିଲୋମିଟର ଅଟେ । ଏହି ଦେଶର ସ୍ୱତନ୍ତ୍ରତା ହେଉଛି ଏହା ବିଶ୍ଵର ସର୍ବପ୍ରାଚୀନ ଦେଶ ଅଟେ ଯାହାର ନିଜର ପ୍ରଶାସନ ଏବଂ ନିଜର ଅସ୍ଥିତ୍ୱ ରହିଛି ।
