ଆବଶ୍ୟକ ପଡିଲେ ବିଜେଡି ସୁପ୍ରିମକୋର୍ଟ ଯିବ: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟର ପ୍ରାୟ ପଚାଶରୁ ଅଧିକ ପଞ୍ଚାୟତ ସମିତିର ଚେୟାରମ୍ୟାନମାନେ ଶନିବାର ନବୀନ ନିବାସ ଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ପଂଚାୟତର ନିର୍ବାଚିତ ପ୍ରତିନଧିମାନଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତା ସଂକୋଚନ ପାଇଁ ରାଜ୍ୟ ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ନବୀନ ରାଜ୍ୟ ସରକାରଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିର ନିନ୍ଦା କରିଛନ୍ତି ଏବଂ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ଘୋଷଣା କରିଛନ୍ତି।ଏହି ଆଲୋଚନା ସମୟରେ ପଞ୍ଚାୟତ ସମିତି ଚେୟାରମ୍ୟାନମାନଙ୍କ ସହିତ ବିଧାୟକ ସାରଦା ଜେନା, ନବ ମଲ୍ଲିକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ,ପୂର୍ବତନ ବିଧାୟକ ବିଧାୟକ ଉମା ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।
