ଚିଲିକାରେ ହଠାତ ଜୋରରେ ବହିଲା ପବନ, ପାଣି ସହିତ ସମସ୍ତ ବସ୍ତୁକୁ ଉପରକୁ ନେଇ ଚକ୍ରାକାରରେ ଘୂରିଲା

ଚିଲିକା : ଚିଲିକାରେ ଭୟଙ୍କର ଟର୍ଣ୍ଣାଡୋ । ହଠାତ ଜୋରରେ ବହିଲା ପବନ । ଚିଲିକା ଜଳରାଶିରୁ ଭୟଙ୍କର ରୂପ ନେଇ ଚକ୍ରାକାରରେ ଆକାଶକୁ ଉଠିଲା । ପାଣି ସହିତ ସମସ୍ତ ବସ୍ତୁକୁ ଉପରକୁ ନେଇ ଚକ୍ରାକାରରେ ଘୂରୁଥିବାର ଦେଖିବାକୁ ମିଳିଥିଲା । ଆକାଶର ବହୁ ଉଚ୍ଚ ଯାଏ ଏହା ଦେଖିବାକୁ ମିଳିଥିଲା । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଈଙ୍କ ମନ୍ଦିରର ଦକ୍ଷିଣ ପଶ୍ଚିମ ଦିଗରେ ଥିବା ଚିଲିକାର ନୀଳ ଜଳ ରାଶିରେ ଗତକାଲି ବିରାଟ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଛି ।

ଏହା ହାତୀ ଶୁଣ୍ଢ ପରି ଦେଖା ଯାଉଥିଲା । ଏହି ସମୟରେ ଚିଲିକା ମଧ୍ୟରେ ଥିବା ନାଉରିଆ ଓ ମାଆ କାଳିଜାଇଙ୍କ ଦର୍ଶନ ପାଇଁ ଯାଇଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଥିଲେ । ଏହି ଟର୍ଣ୍ଣାଡୋ ଦୃଶ୍ୟକୁ ପର୍ଯ୍ୟଟକମାନେ ମୋବାଇଲ ଫୋନରେ କଏଦ କରିଥିଲେ । ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Spread the love