କେନ୍ଦ୍ରାପଡା ଗଜଲଷ୍ମୀ ଭସାଣ ଉପରେ ନଜର ରଖିବ ଏଆଇ କ୍ୟାମେରା, ଆଇନାଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି
କେନ୍ଦ୍ରାପଡା : କେନ୍ଦ୍ରାପଡା ଗଜଲଷ୍ମୀ ଭସାଣ ସମୟରେ ଭିଡ ଉପରେ ନଜର ରଖିବ ଏଆଇ କ୍ୟାମେରା l ଭସାଣୀ ମାର୍ଗରେ ଲାଗିଥିବା ସିସି କ୍ୟାମେରା ସହିତ ଏହି ଏଆଇ ଫିଚର୍ କୁ ସଂଯୋଗ କରାଯାଇଛି l ଆଜି କେନ୍ଦ୍ରାପଡ଼ା ରେ ପୂଜା ସମୟରେ ଆଇନାଶୃଙ୍ଖଳା ବ୍ୟବସ୍ଥା ସମୀକ୍ଷା କରି କେନ୍ଦ୍ରାଞ୍ଚଳ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ସେ ଏହା ମଧ୍ୟ କହିଛନ୍ତି ଯେ, ପେସାଦାର ବା ଅଭ୍ୟାସ ଗତ ଅପରାଧି ଙ୍କ ଡାଟା ବେସ୍ ଏଆଇ ଫିଚର୍ ସହିତ ସଂଲଗ୍ନ କରାଯାଇଛି l ଭିଡରେ ସେହି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଚିହ୍ନଟ କରି କଣ୍ଟ୍ରୋଲ ରୁମ୍ କୁ ସୂଚନା ପହଞ୍ଚାଇବ ଏଆଇ ଟେକ୍ନୋଲୋଜି l
ସେହିପରି ଟ୍ରାଫିକ ପରିଚାଳନା ସମୟରେ ଗାଡି ନମ୍ଵର୍ କୁ ମଧ୍ଯ ସହଜରେ ଟ୍ରାକ୍ କରିହେବ l ଏଥିପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରାଯାଇଛି l ଯାହାକି ୨୪ ଘଣ୍ଟା ଭିଡ ଉପରେ ନଜର ରଖିଛି l ପୂଜା ଓ ଭସାଣୀ ପାଇଁ ସହରର ବିଭିନ୍ନ ସ୍ଥାନରେ ମୋଟ ୩୦ ପ୍ଲାଟୁନ୍ ପୁଲିସ ନିୟୋଜିତ ହୋଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି l ଆଜିର ସମୀକ୍ଷା ବୈଠକରେ ରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ l33⅜
