ସିଏଏ ସମର୍ଥନ ଜନସଭାରେ ଶାହଙ୍କ ଉଦବୋଧନ : ସିଏଏ ନାଗରିକତା ନେବାର ନୁହେଁ, ଦେବାର ଆଇନ୍‌

ସିଏଏ ସମର୍ଥନ ସଭାରୁ କଂଗ୍ରେସକୁ ଟାର୍ଗେଟ

ସିଏଏ ନାମରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ

୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ ଘରେ ପହଁଚିବ ପିଇବ ପାଣି

ଜନ ମଙ୍ଗଳ ପାଇଁ ମୋଦି କରିଛନ୍ତି ବହୁ ଯୋଜନା

ପ୍ରତାଡ଼ିତଙ୍କୁ ନାଗରିକତା ଦେବାର ନିୟମ ସିଏଏ

 ଭୁବନେଶ୍ୱର, ଭୁବନେଶ୍ଵର ଜନତା ମଇଦାନରୁ ସିଏଏ ସମର୍ଥନରେ ଏକ ବିଶାଳ ଜନସମାବେଶରେ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଶାହ କହିଛନ୍ତି ଯେ, ମୁଁ ୫ ବର୍ଷ ସଙ୍ଗଠନର ଅଧ୍ୟକ୍ଷ ଥିବା ମଧ୍ୟରେ ବହୁ ଥର ଓଡ଼ିଶା ଆସିଛି, ପ୍ରତି ଜିଲ୍ଲାକୁ ଯାଇଛି। ବହୁ କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଛି। ମୋତେ ଓଡ଼ିଶା ଗୁଜୁରାଟ ଠାରୁ ଭିନ୍ନ ଅନୁଭବ ହୋଇ ନାହିଁ। ଏହା  ମୋର ଦ୍ଵିତୀୟ ଘର । କାରଣ ଗୁଜୁରାଟ ଏବଂ ଓଡ଼ିଶା ଏହି ଦୁଇ ମହାନ ରାଜ୍ୟକୁ ଯୋଡୁଥିବା ମହାପ୍ରଭୁ ଜଗନ୍ନାଥ ଓଡ଼ିଶାକୁ ବି ଆଶୀର୍ବାଦ କରୁଛନ୍ତି ଓ ଗୁଜୁରାଟ ବି ଆର୍ଶୀବାଦ କରୁଛନ୍ତି। ଏହି ଭକ୍ତି ଏହି ଶକ୍ତି ଆଜି ଓଡ଼ିଶା ଭାରତୀୟ ଜନତା ପାର୍ଟିର ଶକ୍ତି ହୋଇ ଠିଆ ହୋଇଛି। ଏହି ଅବସରରେ ମହାନ ଓଡ଼ିଆ ଉତ୍କଳ ଭୂମିର ଉତ୍କଳ ଗୌରବ ମଧୂସୁଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ଅନେକ ମହାପୁରୁଷଙ୍କ ଅବଦାନକୁ ମନେ ପକାଇଲେ ଶାହା।ବିଧାନସଭାରେ ଆମେ ଆଗକୁ ବଢିଛୁ। ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ ପୂର୍ବାଞ୍ଚଳର ବିକାଶ ପାଇଁ ନରେନ୍ଦ୍ର ମୋଦି ସରକାର ଯେଉଁ କାମ କରିଛନ୍ତି ମୁଁ ଆଜି ଏହି ମଞ୍ଚରୁ କଂଗ୍ରେସ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି ଯେ, ଆପଣଙ୍କ ୫୫ ବର୍ଷ ଆମର ୫ ବର୍ଷ ହିସାବ କରିନିଅ। ଏଥରେ ଆମ ପଲା ଭାରି ରହିଛି। ୫ ବର୍ଷରେ ଓଡ଼ିଶାର ପ୍ରତି ଜାତି ପାଇଁ, ପ୍ରତି ଜିଲ୍ଲା ପାଇଁ ମୋଦି ବିକାଶର ରାସ୍ତା ଖୋଲିଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନାରେ ୪୭ ଲକ୍ଷ ୫୦ ହଜାର ମାଙ୍କୁ ଗ୍ୟାସ୍ ସିଲିଣ୍ଡର ମିଳିଛି, ସୌଭାଗ୍ୟ ଯୋଜନାରେ ୩୦ ହଜାର ଗ୍ରାମରେ ପ୍ରଥମ ଥର ପାଇଁ ବିଜୁଳି ପହଁଚିଛି। ୮ ଲକ୍ଷ ୯୬ ହଜାର ପରିବାରଙ୍କ ଘରେ ବିଜୁଳି ପହଁଚିବା, ଗରୀବ ପରିବାରଙ୍କ ପାଇଁ ଜନ ଔଷଧୀ କେନ୍ଦ୍ର, ପେଟ୍ରୋଲିଅମ ପାଇଁ ନିବେଶ, ଭଦ୍ରକରେ ଟେକ୍ସଟାଇଲ ପାର୍ଟ, ଏସସି, ଏସଟି ଓବିସିଙ୍କ ପାଇଁ ବଡ଼ ବଜେଟ୍, ପ୍ରାୟ ୩ କୋଟି ୨୪ ଲକ୍ଷ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ ଯୋଡି ହେବା, ପାଇକ ସ୍ମାରକ ଓଡ଼ିଶାର ଗୌରବକୁ ସୁଦୃଢ କରିବା, ୪୧ ଲକ୍ଷ ଲୋକଙ୍କୁ ମୁଦ୍ରା ବ୍ୟାଙ୍କରେ ଲାଭବାନ୍ କରିବା ଭଳି କାମ କରିଛନ୍ତି।

ଯେଉଁଭଳି ଭାବରେ ଗୁଜୁରାଟର ବିକାଶ ଘଟିଛି ସେହିପରି ଓଡ଼ିଶାର ପ୍ରତି ଘର, ପ୍ରତି କ୍ଷେତ୍ର, ପ୍ରତି ଜିଲ୍ଲାର ବିକାଶ କରିବାକୁ ବିଜେପି ଚେଷ୍ଟିତ। ମୋଦି ସରକାର ତାଙ୍କ ଦ୍ଵିତୀୟ ପାଳିରେ ଏକ ନୂତନ ଯୋଜନା ଆଣିଛନ୍ତି। ୨୦୨୪ ପୂର୍ବରୁ ପ୍ରତି ଘରକୁ ସ୍ଵଚ୍ଛ ପିଇବା ପାଣି ନଳ ଜରିଆରେ ପହଁଚାଇବାକୁ ପ୍ରୟାସ କରୁଛୁ। ଏହାର ସବୁଠୁ ଅଧିକ ଲାଭ ଓଡ଼ିଶାବାସୀ ଉଠାଇବେ କାରଣ ଆଜି ବି ଏଠାରେ ୩୦ ପ୍ରତିଶତରୁ ଅଧିକ ଲୋକଙ୍କ ନିକଟରେ ପିଇବାକୁ ଶୁଦ୍ଧ ପିଇବା ପାଣି ନାହିଁ।

ସିଏଏକୁ ନେଇ ଶାହ କହିଛନ୍ତି ଯେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୭୦ ବର୍ଷ ଧରି ପଡ଼ିରହିଥିବା ବହୁ ସମସ୍ୟାର ସମାଧାନ କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସମସ୍ୟାର ସମାଧାନ କରିଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା ଅଗଷ୍ଟ ୫ରେ ୩୭୦ ଉଚ୍ଛେଦ କରିଛନ୍ତି। ଏହି ସମୟରେ ସେ ରାମ ମନ୍ଦିରକୁ ନେଇ କହିଛନ୍ତି ଯେ, ମୋଦିଙ୍କୁ ୩୦୩ ସିଟ୍ ମିଳିବା କାରଣରୁ ଏକ ଟ୍ରଷ୍ଟ ଗଠନ କରି ଭବ୍ୟ ରାମ ମନ୍ଦିର ନିର୍ମାଣ କରୁଛନ୍ତି। କିଛି ଦିନ ମଧ୍ୟରେ ଆକାଶକୁ ଛୁଉଁଥିବା ଭବ୍ୟ ରାମ ମନ୍ଦିର ଠିଆ ହେବ।

ମୋଦି ଆଉ ଏକ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ହେଉଛି ସିଏଏ। ଏହାକୁ ମମତା ବାନାର୍ଜୀଙ୍କ ଭଳି କେତେକ ନେତା ବିରୋଧ କରୁଛନ୍ତି। ସିଏଏ ଦ୍ଵାରା ସଂଖ୍ୟାଲଘୁଙ୍କ ଅଧିକାର ଚାଲିଯିବ ବୋଲି ସେମାନଙ୍କୁ ଭ୍ରମିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସିଏଏ ଦ୍ଵାରା ଏହି ଦେଶର ଜଣେ ମାତ୍ରବି ସଂଖ୍ୟାଲଘୁର ନାଗରିକତା ଛିନ୍ନ ହେବନି। ସିଏଏ ନାଗରିକତା ନେବାର କାନୁନ ନୁହେଁ ଏହା ନାଗରିକତା ଦେବାର କାନୁନ।

ଦେଶର ବିଭାଜନ ହୋଇଛି ବିଭାଜନ ପରେ ଲକ୍ଷ ଲକ୍ଷ ଲୋକ ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଲାଦେଶରେ ରହିଗଲେ। ଏହି ସବୁ ଲୋକ ବିଭିନ୍ନ ଧର୍ମର ଥିଲେ। ସେମାନଙ୍କର ଅନ୍ୟ ଦେଶରେ ଉତ୍ପୀଡ଼ନା କରାଗଲା। ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଗଲା। ଜବରଦସ୍ତ ବାଲ୍ୟ ବିବାହ କରାଗଲା, ବଳାତ୍କାର କରାଗଲା, ଧର୍ମ ସ୍ଥାନ ଭଙ୍ଗା ଗଲା। ଏହି ସବୁ ଲୋକ ଭାରତରେ ଆସି ଶରଣ ନେଲେ। ୭୦ ବର୍ଷ ହୋଇ ଗଲାଣି ଏହି ସବୁ ଲୋକମାନଙ୍କ ପାଖରେ ରହିବାକୁ ଘର ନାହିଁ, ନାଗରିକତା ନାହିଁ, ପଢାଲେଖା ବ୍ୟବସ୍ଥା ନାହିଁ, ସ୍ଵାସ୍ଥ୍ୟ ବ୍ୟବସ୍ଥା ନାହିଁ। ସେମାନଙ୍କର ମାନବ ଅଧିକାରର କଣ ହେବ।

କଂଗ୍ରେସ ଦଳର ପ୍ରତି ନେତା ୭୦ ବର୍ଷ ତଳେ କହୁଥିଲେ ସେମାନ ସମସ୍ତଙ୍କୁ ନାଗରିକତା ଦେବେ। କିନ୍ତୁ ସେମାନେ ତାଙ୍କ ବଚନର ପାଳନ କଲେ ନାହିଁ। ଏବେ ନରେନ୍ଦ୍ର ମୋଦି ସିଏଏ ନେଇ ଆସିଲେ। ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ନାଗରିକତ୍ଵ ଦେଲେ। ବିରୋଧୀ ଦଳ ଭ୍ରମିତ କରି ଦଙ୍ଗା କରୁଛନ୍ତି। ସିଏଏରେ ପ୍ରତାଡ଼ିତଙ୍କୁ ନାଗରିକତ୍ଵ ମିଳିବ। ଏବଳି କରି ମୋଦି ସେମାନଙ୍କର ମାନବ ଅଧିକାର ରକ୍ଷା କରିଛନ୍ତି। ବିରୋଧୀ ଦଳ ଯେଉଁ ଭ୍ରାନ୍ତି ସୃଷ୍ଟି କରୁଛନ୍ତି ସେଥିରୁ ଦେଶବାସୀ ବାହାରକୁ ବାହାରିବା ଉଚିତ୍।

Spread the love