ଟିଟିଇ ସାଜିଲେ ସୈତାନ ; ଟ୍ରେନରୁ ଠେଲିଦେବାରୁ ନୌସେନା ଅଧିକାରୀଙ୍କ ପତ୍ନୀ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରୁ ଏକ ଜଘନ୍ୟ ମାମଲା ସାମ୍‌ନାକୁ ଆସିଛି । ଏକ ଭୁଲ୍ ଟ୍ରେନରେ ଚଢ଼ି ଯାଇଥିବା ଜଣେ ନୌସେନା ଅଧିକାରୀଙ୍କ ପତ୍ନୀଙ୍କୁ ଟ୍ରେନ ଟିକଟେ ଏଗ୍‌ଜାମିନର (ଟିଟିଇ) ଖରାପ ବ୍ୟବହାର କରିଛନ୍ତି । ପରେ ଜିନିଷ ପତ୍ର ସହ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଛନ୍ତି । ଏଥିରେ ମହିଳା ଆରତୀ ଯାଦବ (୩୦)ଙ୍କ ମୃତ୍ୟୁ ହୋଇଛି । ସମୋହନ ଏବଂ ଭର୍ଥାନା ଷ୍ଟେସନ ଦେଇ ଯାଇଥିବା ରେଳଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ମାମଲାରେ ଇଟୱା ଜିଆରପି ସନ୍ତୋଷ କୁମାରଙ୍କ ବିରୋଧରେ ଉଦ୍ଦେଶ୍ୟ ହୀନ ହତ୍ୟା ମାମଲା ରୁଜୁ କରିଛି । ଗତ ୨୬ ତାରିଖରେ ଏହି ଘଟଣା ଘଟିଥିବାବେଳେ ରବିବାର ଏହା ସାମ୍‌ନାକୁ ଆସିଛି । “ଏତଲା ଅନୁଯାୟୀ, ଦିଲ୍ଲୀର ଆର୍ମୀ ହସ୍ପିଟାଲ (ରିସର୍ଚ୍ଚ ଆଣ୍ଡ ରେଫରାଲ)ରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀ ଯିବାକୁ ବାହାରି ଥିଲେ । ଏହି ଦିନ ସେ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନରୁ ଭୁଲ୍ ଟ୍ରେନରେ ଚଢ଼ି ଯାଇଥିଲେ । ସେ ମଙ୍ଗଳବାର ରାତିରେ ବରାଉନୀ-ନୂଆଦିଲ୍ଲୀ କ୍ଲୋନ ସ୍ପେସିଆଲ (୦୨୫୬୩)କେ ଯିବାର ଥିଲା । କିନ୍ତୁ ଏହା ୧୦ ଘଣ୍ଟା ବିଳମ୍ୱରେ ଥିବାରୁ ସେ ଭୁଲ ବଶତଃ ପାଟନା-ଆନନ୍ଦ ବିହାର ଟର୍ମିନାଲ ସ୍ପେସିଆଲ ଫେଆର ସ୍ପେସିଆଲ (୦୪୦୮୯)ର ଏସ-୧୧ ବଗିରେ ଚଢ଼ି ଥିଲେ ।ଏଠାରେ ଟିଟିଇ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଶେଷରେ ଟ୍ରେନରୁ ଠେଲି ଦେଇଥିଲେ ।

Spread the love