ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ: ହଜାରେ ମୃତ; ଶତାଧିକ ନିଖୋଜ

ନୂଆଦିଲ୍ଲୀ;  ଦକ୍ଷିଣା ଏସିଆରେ ବନ୍ୟା ବିତ୍ପାଦ ସୃଷ୍ଟି କରିଛି । ଇଣ୍ଡୋନେସିଆ, ଶ୍ରୀଲଙ୍କା, ମାଲେସିଆ ଏବଂ ଥାଇଲାଣ୍ଡରେ ଆସିଥିଲା ଏହି ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ହଜାରେ ପାର୍ କରିଛି । ଶତାଧିକ ଲୋକ ନିଖୋଜ ମଧ୍ୟ ଅଛନ୍ତି । ଅନେକ ଦେଶରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫୦୨ରେ ପହଞ୍ଚି ଯାଇଛି । ଏବେ ବି ୫୦୮ ଜଣ ନିଖୋଜ ଅଛନ୍ତି । ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ସେହିପରି ଶ୍ରୀଲଙ୍କାରେ ୩୪୦ ଜଣ ପ୍ରାଣ ହରାଇଛନ୍ତି । ରାଜଧାନୀ କଲମ୍ୱୋରେ ରବିବାର ରାତିସାରା ଜଳସ୍ତର ବଢ଼ି ଚାଲିଥିଲା । ସକାଳେ ବର୍ଷା ଥମିଯିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏହା ଦ୍ୱାରା ପାଣି ଛାଡ଼ିଯିବ ବୋଲି ଆଶା କରାଯାଉଛି । ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆରେ ଉଦ୍ଧାରକାର୍ଯ୍ୟ ପାଇଁ ସେନା ମୁତୟନ କରାଯାଇଛି । ଅନ୍ୟପଟେ ଥାଇଲାଣ୍ଡର ଦକ୍ଷିଣ ଭାଗରେ ଆସିଥିବା ବନ୍ୟା ୧୭୬ ଜଣଙ୍କ ଜୀବନ ନେଇଛି । ଏହାକୁ ଗତ ଦଶ ବର୍ଷ ମଧ୍ୟରେ ଆସିଥିବା ସବୁଠାରୁ ଭୟଙ୍କର ବନ୍ୟା ଧରାଯାଉଛି । ସେହିପରି ମାଲେସିଆର ପେରଲିସ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ ଏସିଆରେ ଆସିଥିବା ଏହି ବନ୍ୟା ଭିତ୍ତିଭୂମିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । ଅନେକ କୋଠାବଡ଼ି ଭୁଶୁଡ଼ି ପଡ଼ିଥିବାବେଳେ ପୋଲ ଭାଙ୍ଗି ଯାଇଛି । ଜନଜୀନବ ଅସ୍ତବ୍ୟସ୍ତ କରିଦେଇଛି ।

Spread the love