ଦ୍ୱିତୀୟ ବିବାହ କଲେ ସାମନ୍ଥା; ଧରିଲେ ଏହି ନିର୍ଦ୍ଦେଶକ ଙ୍କ ହାତ

କୋଏମ୍ୱାଟୁର : ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ ସୋମବାର ଦ୍ୱିତୀୟ ବିବାହ କରିଛନ୍ତି । ସେ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରାଜ୍ ନିଦିମୋରୁଙ୍କ ହାତ ଧରିଛନ୍ତି । କୋଏମ୍ୱାଟୁରର ଈଶା ଯୋଗ କେନ୍ଦ୍ରର ଲିଙ୍ଗ ଭୈରବୀ ମନ୍ଦିରରେ ପ୍ରାଚୀନ ଯୋଗିନୀ ପରମ୍ପରାରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିବାହର ଫଟୋ ପୋଷ୍ଟ କରି ସାମନ୍ଥା ଏହି ସୂଚନା ଦେଇଛନ୍ତି । ଏହି ବିବାହରେ କେବଳ ପରିବାର ଲୋକେ ଏବଂ ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ । ଓସୋଙ୍କ ଈଶା ଫାଉଣ୍ଡେସନର ଲିଙ୍ଗ ଭୈରବୀ ମନ୍ଦିରରେ ଯୋଗିନୀ ପରମ୍ପରରା ଭୂତ ସୁଦ୍ଧି ବିବାହ କରିଛନ୍ତି । ଏହା ଏଭଳି ଏକ ବିବାହ ଯେଉଁଥିଲେ ଦମ୍ପତ୍ତିଙ୍କ ମଧ୍ୟରେ ଗଭୀର ସମ୍ପର୍କ ସୃଷ୍ଟି ହୋଇଥାଏ । ଏହା କେବଳ ଚିନ୍ତାଧାରା କିମ୍ୱା ଶରୀର ମଧ୍ୟରେ ସୀମିତ ନ ହୋଇ ଶରୀରର ପଞ୍ଚ ଭୂତ ସହ ଯୋଡ଼ି ଥାଏ । ଏହି ବିବାହ ପାଞ୍ଚ ଭୂତ୍ୱକୁ ଶୁଦ୍ଧି କରିଥାଏ । ସମ୍ପର୍କରେ ଶାନ୍ତି, ସମୃଦ୍ଧି ଏବଂ ଆଧ୍ୟା,ିକ ସନ୍ତୁଳନ ସୃଷ୍ଟି କରିଥାଏ । ଏଥିରେ ଦେବୀଙ୍କ କୃପା ରହିଥାଏ । ରବିବାର ସନ୍ଧ୍ୟାରେ ସାମନ୍ଥା ଏବଂ ରାଜଙ୍କ ନିର୍ବନ୍ଧର ସୂଚନା ଆସିଥିଲା । ଏହାର ଦିନକ ପରେ ବିବାହ ହୋଇଛି । “ ଏହି ବିବାହକୁ ନେଇ ରାଜ୍‌ଙ୍କ ପୂର୍ବତନ ପତ୍ନୀ ଶ୍ୟାମଲୀ ଡେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି । ଧୈର୍ଯ୍ୟ ନ ଥିବା ଲୋକେ ଅଧୈର୍ଯ୍ୟପୂର୍ଣ୍ଣ କାମ କରନ୍ତି ବୋଲି ସେ ଲେଖିଛନ୍ତି ।

Spread the love