ମାନବିକତା ଭୁଲିଗଲେ ଶିକ୍ଷକ; ୧୦ ଦିନ ଧରି ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡ଼ରେ ବେଡ଼ି

ନୀଳଗିରି : ଜନୈକ ଛାତ୍ର ଦୁଷ୍ଟାମୀ କରୁଥିବାରୁ ଆଜକୁ ୧୦ଦିନ ଧରି ଗୋଡ଼ରେ ବେଡ଼ି ପକାଇ ରଖାଯାଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବାର ଦେଖିବାକୁ ମିଳିଛି । ଏହିପରି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ନୀଳଗିରି ବ୍ଲକ ବେଗୁନିଆସ୍ଥିତ ୪୦ ଶଯ୍ୟା ବିଶିଷ୍ଟ ଆବାସିକ ପ୍ରାଥମିକ ବିଦ୍ୟାଳୟରେ ।
ଉକ୍ତ ବିଦ୍ୟାଳୟରେ କମାର ଖାଲିଆ ଅଞ୍ଚଳର ଏକ ଛାତ୍ର ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ପିଲାଟି ଦୁଷ୍ଟାମୀ କରୁଥିବାରୁ ଏହାକୁ ନେଇ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ପିଲାର ବାପା ତାକୁ ଗୋଡ଼ରେ ବେଡ଼ି ପକାଇ ବାନ୍ଧି ଦିଅ ବୋଲି କହିଥିବାର ଶୁଣିବାକୁ ମିଳୁଛି । ଏପଟେ ସରକାର ଶିକ୍ଷାନୁଷ୍ଠାନ ଗୁଡିକରେ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣାନାମା ଜାରି କରିଛନ୍ତି । ତେବେ ପିଲାର ବାପାଙ୍କ କଥାରେ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ନିଜର ମାନବିକତା ଭୁଲି ପିଲାଟିର ଗୋଡ଼ରେ ବେଡ଼ି ପକାଇ ରଖିବା ସହିତ କ୍ଲାସ୍ କରିବାକୁ ଛାଡ଼ି ନ ଥିଲେ । ଏତେବଡ଼ ଘଟଣାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିପରି ଜାଣି ପାରିଲେ ନାହିଁ ବୋଲି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ନା ଜାଣି ଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି । ଉକ୍ତ ଭିଡିଓଟି ମୋବାଇଲକୁ ମୋବାଇଲ ଘୂରି ବୁଲୁଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦେଖିବା ପରେ ଦୁରନ୍ତ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ଜିଲ୍ଲା ମଙ୍ଗଳ ଅଧିକାରୀ, ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛ

Spread the love