ୟୁରୋପୀୟ ଦେଶଗୁଡିକୁ ପୁତିନଙ୍କ କଡ଼ା ଚେତାବନୀ : ‘, ସେମାନଙ୍କ ପରାଜୟ ନିଶ୍ଚିତ, ଶାନ୍ତି ଚୁକ୍ତି ପାଇଁ ମଧ୍ୟ କେହି ବଂଚିବେନାହିଁ ’
ମସ୍କୋ, : ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ମଙ୍ଗଳବାର ୟୁରୋପୀୟ ଦେଶଗୁଡିକୁ କଡ଼ା ଚେତାବନୀ ଦେଇଛନ୍ତି । ଯଦି ୟୁରୋପ ରୁଷ୍ ସହିତ ଯୁଦ୍ଧ ଆରମ୍ଭ କରେ, ତେବେ ରୁଷ୍ ଏହାର କଡ଼ା ଜବାବ ଦେବ । କିନ୍ତୁ ରୁଷ୍ ୟୁରୋପ ସହ ଯୁଦ୍ଧ ଚାହୁଁନି ବୋଲି ପୁତିନ ସ୍ପଷ୍ଟ କରିଛନ୍ତି । ଯଦି ୟୁରୋପ ଯୁଦ୍ଧ ଆରମ୍ଭ କରେ ତେବେ, ମାମଲା ଏତେଶୀଘ୍ର ଶେଷ ହେବ ଯେ, ଶାନ୍ତି ଚୁକ୍ତି ପାଇଁ କଥା ହେବାକୁ କେହି ବଞ୍ଚିବେନି । ପୁଣି ୟୁକ୍ରେନରେ ରୁଷିଆ ପୂରା ଯୁଦ୍ଧ ଲଢ଼ୁନାହିଁ । ଏହି ଯୁଦ୍ଧ କେବଳ ସର୍ଜିକାଲ ଅପରେସନରେ ସୀମିତ ରହିଛି । ଯଦି ୟୁରୋପ ସହ ଯୁଦ୍ଧ ହୁଏ, ତେବେ ପୂରା ଶକ୍ତି ଓ ସାମର୍ଥ୍ୟ ସହ ରୁଷିଆ ଲେଢ଼ଇ କରି ଦୃଢ଼ ଜବାବ ଦେବ ବୋଲି ପୁ୍ତିନ କହିଛନ୍ତି । ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁକ୍ରେନ ସହ ସବୁଠାରୁ ବୃହତ ଯୁଦ୍ଧରେ ଲଢ଼େଇ କରୁଛି । ୨୦୨୯ ସୁଦ୍ଧା ରୁଷିଆ ନଟୋ ଉପରେ ଅକ୍ରମଣ କରିପାରେ ବୋଲି ଜର୍ମାନୀ ବିଦେଶ ମନ୍ତ୍ରୀ ୟୋହାନ ବେଡଫୁଲ୍ କହି ହଇଚଇ ସୃଷ୍ଟି କରିଥିଲେ । ତେବେ ୟୁରୋପ ଉପରେ ରୁଷିଆ କେବେବି ଆକ୍ରମଣ କରିବ ନାହିଁ ବୋଲି ସେତେବେଳେ କହିଥିଲେ ।
