ଦିଲ୍ଳୀରେ ବିଷାକ୍ତ ବାୟୁ ଯୋଗୁ ବଢିଲା ଶ୍ୱାସକ୍ରିୟା ସଙ୍କଟ ୩ ବର୍ଷରେ ୬ ହସ୍ପିଟାଲରେ ୨ ଲକ୍ଷ ରୋଗୀ ଭର୍ତ୍ତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନୂଆ କଥା ନ ହେଲେ ମଧ୍ୟ ଏବେ ଏହା ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି । ସରକାରୀ ପରିସଂଖ୍ୟାନ ଅନୁସାରେ ଗତ ୩ ବର୍ଷ ମଧ୍ୟରେ ଏହି ସମସ୍ୟା ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । ଗତ ୩ ବର୍ଷ ମଧ୍ୟରେ ଦିଲ୍ଲୀର ୬ଟି ବଡ଼ ହସ୍ପିଟାଲରେ ୨ ଲକ୍ଷରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି ବୋଲି ଜଣା ପଡିଛି । ଏବେ ଦେଶର ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀରେ ବିଷାକ୍ତ ବାୟୁ ସଙ୍କଟ ଉପରେ ନୂଆ ତଥ୍ୟ ଉପସ୍ଥାପନ କରିଛନ୍ତି । ଦିଲ୍ଲୀର ୬ଟି ପ୍ରମୁଖ କେନ୍ଦ୍ରୀୟ ସରକରୀ ଚିକିତ୍ସାଳୟରେ ୨୦୨୨ରୁ ୨୦୨୪ ମଧ୍ୟରେ ଜରୁରୀକାଳୀନ ବିଭାଗରେ ୨,୦୪, ୭୫୮ ତୀର୍ବ ଶ୍ୱାସକ୍ରିୟା ରୋଗ (ଏଆରଆଇ) ମାମଲା ରେକର୍ଡ କରାଯାଇଛି । ଏହି ୬ଟି ହସ୍ପିଟାଲ ହେଲା ଏମ୍ସ, ସଫଦାରଜଙ୍ଗ, ଏଲ୍‌ଏଚ୍‌ଏମ୍‌ସି ଗ୍ରୁପ୍‌, ଆରଏମ୍‌ଏଲ, ଏନ୍‌ଆଇଟିଆର୍‌ଡି ଓ ଭିପିସିଆ । ଏଥିମଧ୍ୟରୁ ୧୫ ପ୍ରତିଶତ ଅର୍ଥାତ ୩୦,୪୨୦ ରୋଗୀ ହସ୍ପିଟାଲରେ ନିହାତି ଭର୍ତ୍ତି ହେବା ଆବଶ୍ୟକ ବୋଲି କୁହାଯାଇଛି ଏହା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ସୂଚିତ କରୁଛି । ରାଜ୍ୟସଭାରେ ମନୋନୀତ ସାଂସଦ ବିକ୍ରମଜିତ୍ ସିଂ ସାହାଣୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପରାଓ ଯାଦବ ଏହି ତଥ୍ୟ ଦେଇଛନ୍ତି । ଦିଲ୍ଲୀରେ ବାୟୂ ପ୍ରଦୂଷଣ ଯୋଗୁଁ ଶ୍ୱାସ ସମ୍ପର୍କିତ ରୋଗ ବୃଦ୍ଧି ପାଇଛି ବୋଲି ସରକାର ସ୍ୱୀକାର କରିଛନ୍ତି । ଅବଶ୍ୟ ସରକାର କେବଳ ପ୍ରଦୂଷଣ ପାଇଁ ଏହା ହେଉ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଖାଦ୍ୟ, ପାନୀୟ, ପେଶା, ସାମାଜିକ ଓ ଆର୍ôଥକ ସ୍ଥିତି କାରଣରୁ ମଧ୍ୟ ଏହି ଭଳି ସ୍ଥି୍‌୍‌ତି ଉପୁଜୁଛି ବୋଲି ସରକାର କହିଛନ୍ତି । ବିଭିନ୍ନ ସହରରେ ବାୟୂ ପ୍ରଦୂଷଣ ବଢିବା କାରଣରୁ ହାସ୍ପିଟାଲଗୁଡିକର ଜରୁରୀକାଳୀନ ଶ୍ୱାସ ସମ୍ପର୍କିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ଏହି ସର୍ଭେରେ ୩୩୦୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଏଥରେ ପ୍ରଦୂଷିତ ବାୟୁ ଓ ଶ୍ୱାସ ସମ୍ପର୍କିତ ରୋଗ ସିଧାସଳଖ ସମ୍ପର୍କ ଥିବା ଜଣାପଡିଛି ।

 

Spread the love