ଆଫଗାନିସ୍ତାନରେ ୧୩ ବର୍ଷର ନାବାଳକ ହାତରେ ମୃତୁୃଦଣ୍ଡ ଦିଆଗଲା

କାବୁଲ  : ଆଫଗାନିସ୍ତାନର ଖୋସ୍ତ ରାଜ୍ୟରେ ମଙ୍ଗଳବାର ଏକ ଷ୍ଟାଡିୟମରେ ୮୦ ହଜାର ଲୋକଙ୍କ ସାମ୍ନାରେ ଜଣେ ଅପରାଧୀଙ୍କୁ ଗୁଳି କରାଯାଇଛି । ଜଣେ ୧୩ ବର୍ଷର ନାବାଳକ ଦ୍ୱାରା ଗୁଳି କରାଯାଇ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡର ଦଣ୍ଡିତ କରାଯାଇଛି । ଅଭିଯୁକ୍ତ ଜଣକ ନାବାଳକଙ୍କ ପରିବାରର ୧୩ଜଣଙ୍କୁ ହତ୍ୟା କରିଥିଲା । ଏମାନଙ୍କ ମଧ୍ୟରେ ଏକାଧିକ ଛୋଟ ପିଲା ଓ ମହିଳା ସାମିଲଥିଲେ । ଦଣ୍ଡ ଦେବା ପୂର୍ବରୁ ଅଭିଯୁକ୍ତକୁ କ୍ଷମା କରିବାକୁ ଚାହୁଁଛ କି ବୋଲି ତାଲିବାନ ଅଧିକାରୀମାନେ ଏହି ୧୩ ବର୍ଷର ନାବାଳକକୁ ପ୍ରଶ୍ନ କରିଥିଲେ । କିନ୍ତୁ ସେ ମନା କରିଦେଇଥିଲେ । ଏହାପରେ ଅଧିକାରୀମାନେ ନାବଳକକୁ ବନ୍ଧୁକ ଦେଇ ସାମ୍ନାରେ ଠିଆ ହୋଇଥିବା ଅଭିଯୁକ୍ତକୁ ଗୁଳି ମାରିବାକୁ କହିଥିଲେ । ଅଭିଯୁକ୍ତ ଓ ନାବଳକ ସମ୍ପର୍କୀୟ ବୋଲି କୁହାଯାଇଛି । ଏହି ମାମଲରେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ କୁହାଯାଇଛି । କିନ୍ତୁ ଏମାନଙ୍କୁ ଦଣ୍ଡିତ କରାଯାଇନାହିଁ । କାରଣ ପୀଡିତଙ୍କ କେତେଜଣ ସନ୍ତାନ ସେତେବେଳେ ଉପସ୍ଥିତ ନଥିଲେ । ଖୋସ୍ତର ସେଣ୍ଟ୍ରାଲ ଷ୍ଟାଡିୟମରେ ଦଣ୍ଡବିଧାନର ଏହି ପ୍ରକ୍ରିୟାକୁ ଦେଖିବା ପାଇଁ ଲୋକେ ଏକାଠି ହୋଇଥିଲେ । ଉଲ୍ଲେଖଥାଉ କି, ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ଦ୍ୱିତୀୟଥର ପାଇ ଶାସନକୁ ଆସିବା ପରେ ୧୧ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି ।

Spread the love