ଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ଅନେକ ସମସ୍ୟା

ପ୍ରତ୍ୟକ ମଣିଷ ପାଇଁ ହେଲ୍ଦି ଏବଂ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏଥିପାଇଁ ସଠିକ ସମୟରେ ସଠିକ ପରିମାଣର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ହୋଇଥାଏ । କିନ୍ତୁ ଖାଦ୍ୟ ଖାଇବା ପରେ ଆପଣଙ୍କର କିଛି ଖରାପ ଅଭ୍ୟାସ ହେତୁ ଆପଣ ଅସୁସ୍ଥ ହୋଇପାରନ୍ତି । ଆପଣଙ୍କ ହଜମ ପ୍ରକ୍ରିୟା ନଷ୍ଟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଖାଇବା ପରେ ତୁରନ୍ତ କ’ଣ ସବୁ କରିବା ଉଚିତ୍ ନୁହେଁ ।

ତୁରନ୍ତ ଶୋଇଯିବା:

ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏହା କରିବା ଦ୍ୱାରା ଏସିଡ୍ ରିଫ୍ଲକ୍ସ ସମସ୍ୟା ଦେଖାଦେଇପାରେ । ଖାଦ୍ୟ ଖାଇବା ପରେ ଆପଣ କିଛି ସମୟ ଚାଲିପାରିବେ ଯାହା ଦ୍ୱାରା ଶରୀର ସୁସ୍ଥ ମଧ୍ୟ ରହିଥାଏ ।

ଚା କିମ୍ବା କଫି ପିଇବା:

କିଛି ଲୋକ ଖାଇବା ପରେ ଚା’ ଏବଂ କଫି ପିଇଥାନ୍ତି । ଖାଇବା ପରେ ଚା’ ପିଇବା ଦ୍ୱାରା ଶରୀରରେ ଆଇରନ୍ ଅବଶୋଷଣ ହ୍ରାସ ପାଇଥାଏ । ଖାଇବା ପରେ କଫି ଏବଂ ଚା ପିଇବା ଦ୍ୱାରା ଶରୀରରେ ମିନେରାଲ୍ସର ଅଭାବ ହୋଇପାରେ ।

ଧୂମପାନ କରିବା:

କିଛି ଲୋକ ଖାଇବା ପରେ ଧୂମପାନ କରନ୍ତି । ଖାଇବା ପରେ ଧୂମପାନ କରିବା ଦ୍ୱାରା ଏହା ଫୁସଫୁସକୁ କ୍ଷତି ପହଞ୍ଚାଇପାରେ । ଏହା ବ୍ୟତୀତ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କୌଣସି ବି ସମୟରେ ଧୂମପାନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ । କିନ୍ତୁ ଯଦି ଆପଣ ଏହି ଖରାପ ଅଭ୍ୟାସରେ ଲିପ୍ତ ଅଛନ୍ତି ତେବେ ଖାଇବା ପରେ ଆଦୌ ଧୂମପାନ କରନ୍ତୁ ନାହିଁ ।

ଜିମ୍ ଯିବା:

କିଛି ଲୋକ ଖାଇବା ପରେ ସାଙ୍ଗେ ସାଙ୍ଗେ ଜିମ୍ ଚାଲି ଯାଆନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ ନୁହେଁ । ଖାଇବା ପରେ ତୁରନ୍ତ ଜିମ୍ ଯାଆନ୍ତୁ ନାହିଁ । ଜିମ୍ ଯିବା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ । ବାସ୍ତବରେ, ଜିମ୍ ଯିବା ଦ୍ୱାରା ହଜମ ପ୍ରକ୍ରିୟାରେ ତଥା ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ ନାହିଁ । ତେଣୁ ସର୍ବଦା ଖାଇବାର ୧ ରୁ ୨ ଘଣ୍ଟା ପରେ ଜିମ୍ କରାଯିବା ଉଚିତ୍ । ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ ।

Spread the love