ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ କେନ୍ଦ୍ର:ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ଯୋଜନା ବୋର୍ଡକୁ କେବେବି ଗୁରୁତ୍ୱ ଦେଇ ନାହାଁନ୍ତି । ପୂର୍ବରୁ ଦଳୀୟ ନେତାଙ୍କୁ ଥଇଥାନ କରି ଅସନ୍ତୁଷ୍ଟ ନେତାଙ୍କୁ କ୍ୟାବିନେଟ ପାହ୍ୟା ଦେବା ପାଇଁ ଏହି ବୋର୍ଡକୁ ବ୍ୟବହାର କରାଯାଇ ଆସିଛି । ଗତ ୯ ମାସ ହେଲାଣି ଯୋଜନା ବୋର୍ଡକୁ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଅଚଳ କରିଦେଇଛନ୍ତି । ଏବେ ରାଜ୍ୟସଭା ରେସରେ ତାଙ୍କ ଦଳୀୟ ନେତା ସଂଜୟ ଦାସବର୍ମାଙ୍କ ନାଁ ଉଠିବାରୁ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରି ତାଙ୍କୁ ଥଇଥାନ କରାଯାଇଛି । ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ବିଜେଡି ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିବାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୧୩ ଜୁନ୍ ୨୦୧୯ ରୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କର କାର୍ଯ୍ୟକାଳ ପରିସମାପ୍ତ ସରିଛି ବୋଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତର ରଖିଥିଲେ । ଏହା ସତ୍ୱେ ବି ରାଜ୍ୟ ସରକାର ଯୋଜନା ବୋର୍ଡ ପାଇଁ ସକ୍ରିୟ ନୁହଁନ୍ତି । ରାଜ୍ୟ ସରକାରଙ୍କ ଯୋଜନା ସହ ରାଜ୍ୟ ଯୋଜନା ବୋର୍ଡର କୌଣସି ସଂପର୍କ ନାହିଁ । ଯୋଜନା ବୋର୍ଡ ଦ୍ୱାରା ଓଡିଶାର କୌଣସି ଯୋଜନା ହୋଇପାରିବ ନାହିଁ ।ଏହା କେବଳ ବିଜେଡି ନେତାଙ୍କ ଥଇଥାନ ସ୍ଥାନ ପାଲଟିଛି । ଓଡିଶାରେ କୌଣସି ନୀତି ପ୍ରଣୟନ ହେଉ ସେକଥା ବି ରାଜ୍ୟ ସରକାର ଚାହୁଁ ନାହାଁନ୍ତି । ରାଜ୍ୟ ଯୋଜନା ବୋର୍ଡ ବୈଠକ ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ହୋଇନାହିଁ । ନୀତି ଆୟୋଗ ଢାଂଚାରେ ଯୋଜନା ବୋର୍ଡ କରିବେ ବୋଲି କହୁଥିବା ସରକାର କାହିଁକି ଯୋଜନା ବୋର୍ଡକୁ ଅଣଦେଖା କରି ଚାଲିଛନ୍ତି । କାହିଁକି ଦୀର୍ଘ ଦିନ ଧରି ଏହି ପଦବୀଟି ଖାଲି
ପଡିଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Spread the love