ଉପନିର୍ବାଚନ ତାରିଖ ଘୁଂଚିବା ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

କଟକ ଏବଂ ବଲାଙ୍ଗୀର ହେବାକୁ ଥିବା ଦୁଇଟି ଜିଲ୍ଲା ପରିଷଦର ଉପନିର୍ବାଚନର ତାରିଖ ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳ ଚାପରେ ପୁଣି ଥରେ ଘୁଂଚାଇଛନ୍ତି । ପୂର୍ବରୁ ଏହି ଉପନିର୍ବାଚନ ମାର୍ଚ୍ଚ ୫ ତାରିଖରେ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପରେ ଏହି ତାରିଖକୁ ଘୁଂଚାଇ ମାର୍ଚ୍ଚ ୨୦ ତାରିଖରେ ନିର୍ବାଚନ କରାଯିବା
ପାଇଁ ଘୋଷଣା କରାଯାଇଥିଲା । ବିଜେପି ଏହି ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସମୟରେ ରାଜ୍ୟ ନିର୍ବାଚନ ଆୟୋଗ ଏହି ତାରିଖକୁ ପୁଣିଥରେ ୨୪ ମାର୍ଚ୍ଚକୁ ଘୁଂଚାଇଛନ୍ତି । ବାରମ୍ବାର ତାରିଖ ପରିବର୍ତନକୁ ବିରୋଧ କରିବା ସହ ପୂର୍ବ ଘୋଷିତ ମାର୍ଚ୍ଚ ୨୦ ତାରିଖରେ
ଉପନିର୍ବାଚନ କରିବା ପାଇଁ ଆଜି ଅକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛି ।


ଶାସକ ଦଳ ପ୍ରରୋଚନାରେ ରାଜ୍ୟ ନିର୍ବାଚନ ଆୟୋଗ ଜିଲ୍ଲା ପରିଷଦ, ପଂଚାୟତ ସମିତି ସଭ୍ୟ, ସରପଂଚ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନର ତାରିଖକୁ ବାରମ୍ବାର ରିବର୍ତନ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ରାଜ୍ୟ ନିର୍ବାଚନ ଆୟୋଗ ଯେଉଁ ତାରିଖ ଘୋଷଣା କରିଥିଲେ ସେହି ତାରିଖରେ ନିର୍ବାଚନ କରନ୍ତୁ । ଯେହେତୁ ୨୦ତାରିଖ ଧାର୍ଯ୍ୟ ହୋଇଥିଲା ସେହି ତାରିଖରେ ନିର୍ବାଚନ କରାଯାଉ । ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ଉପନିର୍ବାଚନ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ନିର୍ବାଚନ ଘୁଂଟାଇବା ପାଇଁ କାହିଁକି ଚିଠି ଲେଖିଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି । ଉପନିର୍ବାଚନ ତାରିଖକୁ ଯେଉଁଭଳି ଭାବରେ ରାତି ଅଧିଆ ପରିବର୍ତନ କରାଯାଇଛି ସେଥିରୁ ରାଜ୍ୟ ସରକାର ନିବୃତ ରୁହନ୍ତୁ ଏବଂ ଯେଉଁ ତାରିଖରେ ନିର୍ବାଚନ କରିବାପାଇଁ ସରକାର ଘୋଷଣା କରିଥିଲେ ସେହି ତାରିଖରେ ନିର୍ବାଚନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ପ୍ରଫେସରପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମହିଳାମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଂଜିତ ଦାସ, ପବିତ୍ର ଦାସ, ସରୋଜ ସାମଲ, କସ୍ତୁରୀ
ମିଶ୍ର ପ୍ରମୁଖ ସାମିଲ ଥିଲେ ।

Spread the love