ଶ୍ରୀମନ୍ଦିର ଭିତରକୁ ପାନ ଖାଇ ଗଲେ ୫୦୦ ଜରିମାନା

ଆସନ୍ତା ଏପ୍ରିଲ ପହିଲାରୁ ଶ୍ରୀମନ୍ଦିର ଭିତରେ ପାନ ଖାଇ ପସିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଏଠାରେ ଅନୁଷ୍ଠିତ ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତି ହୋଇଛି ।

ଆଜି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ନିଷ୍ପତି ଗୁଡିକ ମଧ୍ୟରେ ଭୋଗମଣ୍ଡପରୁ ଧାର୍ୟ୍ୟ ସମୟ ଆଗରୁ ଅବଢ଼ା ବାହାରିବା ନେଇ ପଦକ୍ଷେପ ନିଆ ଯିବାକୁ ନିଷ୍ପତି ହୋଇଛି । ଏହାସହ ଏପ୍ରିଲ ୧ରୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ ମୁକ୍ତ କରାଯିବ ବୋଲି ମଧ୍ୟ ସ୍ଥିର ହୋଇଛି ।

ଏହି ବୈଠକରେ ଆସନ୍ତା ୯ତାରିଖରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଆଦି ଉପରେ ଆଲୋଚନା କରାଯାଇଛି। ଏଥିସହ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂହ, ଏସ୍‌ପିଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Spread the love